ଦଶହରା ଦିନ ଖାଆନ୍ତୁ ପାନ ମିଳିବ ଶୁଭଫଳ

ଶାରଦୀୟ ନବରାତ୍ରର ସମାପ୍ତ ହେବାର ପର ଦିନ ଦଶହରା ଅର୍ଥାତ ବିଜୟା ଦଶମୀର ପର୍ବ ପାଳନ କରାଯାଇଥାଏ। ଏହି ପର୍ବକୁ ଅସତ୍ୟ ଉପରେ ସତ୍ୟର ବିଜୟର ସବୁଠାରୁ ବଡ଼ ପ୍ରତୀକ ବୋଲି କୁହାଯାଏ। ହିନ୍ଦୁଧର୍ମର ମାନ୍ୟତା ଅନୁଯାୟୀ, ଦଶହରା ଦିନ ହିଁ ଭଗବାନ ଶ୍ରୀରାମ ରାବଣକୁ ବଧ କରି ବିଜୟ ଲାଭ କରିଥିଲେ। ଜ୍ୟୋର୍ତିବିଦଙ୍କ ମତାନୁଯାୟୀ ଏହି ଦିନ କିଛି ଏପରି ଜିନିଷ ରହିଛି ଯାହାକୁ ଦର୍ଶନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ….
ଏହିଦିନ ଆପଣ ଭଗବାନ ଶ୍ରୀରାମ ଓ ଭଗବାନ ଶିବଶଙ୍କରଙ୍କୁ ଦର୍ଶନ କରିବା ଖୁବ ଶୁଭ ବୋଲି କୁହାଯାଏ।
ଦଶହରା ଦିନ ପାନ ଖାଇବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଏହିଦିନ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଭଗବାନ ହନୁମାନଙ୍କୁ ପାନ ଅର୍ପଣ କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ। ପାନକୁ ବିଜୟର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ପାନ ଖୁବ ଶୁଭ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି।
ବିଜୟା ଦଶମୀ ଦିନ ପାଣିରେ ପହଁରୁଥିବା ମାଛ ଦେଖିବା ଅତ୍ୟନ୍ତ ଶୁଭ। ଯଦି ଆପଣ କୌଣସି ନଦୀ, ପୋଖରୀ ଦେଇ ଯାଉଛନ୍ତି ଓ ହଠାତ ପାଣିରେ ମାଛ ପହଁରୁଥିବା ଦେଖୁଛନ୍ତି , ତେବେ ଭାଗ୍ୟରେ ସୁପରିବର୍ତ୍ତନ ଆସିଥାଏ। ଜୀବନର ଅନେକ ସମସ୍ୟା ଦୂର ହୋଇଥାଏ।
ଜ୍ୟୋତିଷଙ୍କ ମତାନୁଯାୟୀ ଏହି ଦିନ ନୀଳକଣ୍ଠ ପକ୍ଷୀଙ୍କୁ ଦେଖିବା ମଧ୍ୟ ଖୁବ ଶୁଭ ବୋଲି କୁହାଯାଏ। ଏହାକୁ ଦେଖିଲେ ଆପଣଙ୍କ ଶୁଭ ସମୟ ଆରମ୍ଭ ହୋଇଯାଇଛି ବୋଲି ସୂଚନା ମିଳିଥାଏ।

Comments are closed.