ବିଦାୟ ନେବ ୨୦୨୦ ; ସଲାମ ସେହି କରୋନା ଯୋଦ୍ଧାଙ୍କୁ , ଜୀବନକୁ ବିପଦରେ ପକାଇ ପାଳନ କରିଛନ୍ତି ନିଜ କର୍ତ୍ତବ୍ୟ

ବର୍ଷ ୨୦୨୦ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। ଦୀର୍ଘ ୮ ମାସ ଧରି ନିଜର କାୟା ବିସ୍ତାର କରିଥିବାରୁ କରୋନା ଭୂତାଣୁ ପାଇଁ ଚଳିତ ବର୍ଷ ସବୁକିଛି ବଦଳିଯାଇଛି। ଯେବେ ଠାରୁ ଏହି ଭୂତାଣୁ ଚିହ୍ନଟ ହୋଇଥିଲା , ସେବେ ଠାରୁ ନେଇ ଆଜି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକେ ଏହି ଭୂତାଣୁର ଶିକାର ହେବା ସହ ଲକ୍ଷ ଲକ୍ଷ ଜୀବନ ନେଇଛି ଏହି ଭୂତାଣୁ। ଏବେ ମଧ୍ୟ ଏହାର ଭୟ ରହିଛି। ଯେଉଁ କାରଣରୁ କରୋନା ପାଇଁ ଜାରି ହୋଇଥିବା ନିୟମକୁ ମାନି,ସଭିଏଁ ଏହାର ପାଳନ କରୁଛନ୍ତି। ତେବେ ଭୂତାଣୁ ଚିହ୍ନଟ ହେବା ପରେ ସତର୍କତା ଦୃଷ୍ଟି ଦୀର୍ଘ ୮ ମାସ ତଳେ ଏହାର ବିସ୍ତାରକୁ ରୋକିବା ପାଇଁ ଲାଗୁ କରାଯାଇଥିଲା ଲକଡାଉନ ଓ ସଟଡ଼ାଉନ ଭଳି କଟକଣା। ବହୁ ଶିଳ୍ପ, କମ୍ପାନୀ, ଦୋକାନ ବଜାର ଆଦିକୁ ବନ୍ଦ କରାଯିବା ସହ ଅତ୍ୟାବଶ୍ୟକ ନହେଲେ ଲୋକଙ୍କୁ ଘରୁ ବାହାରକୁ ନଯିବା ପାଇଁ ନିୟମ ଲାଗୁ କରାଯାଇଥିଲା। ମାତ୍ର ସେବେ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି କିଛି ଲୋକେ ରହିଛନ୍ତି ଯେ କି ସଭିଁଙ୍କ ପାଇଁ ସାଜି ଥିଲେ ଭଗବାନଙ୍କ ରୂପ। ଦେଇଥିଲେ ମାନବିକତା ଓ ନିଜର କର୍ତ୍ତବ୍ୟର ପରିଚୟ। କୋଟି କୋଟି ଲୋକଙ୍କ ପାଇଁ ସାଜିଛନ୍ତି ଉଦାହରଣ। ସେମାନଙ୍କୁ କୁହାଗଲା କରୋନା ଯୋଦ୍ଧା। ତେବେ ବର୍ଷ ଶେଷ ହେବାକୁ ଅଳ୍ପ ଦିନ ବାକି ରହିଥିବା ବେଳେ ଜାଣନ୍ତୁ ସେଭଳି କିଛି କରୋନା ଯୋଦ୍ଧାଙ୍କ ବିଷୟରେ……
ସଲାମ ସେହି କରୋନା ଯୋଦ୍ଧାଙ୍କୁ ଯେ, ନିଜର ପରିବାରକୁ ତଥାନିଜ ଜୀବନକୁ ବିପଦରେ ପକାଇ ସବୁଠାରୁ ଭୟାବହ ଓ କଠିନ ପରିସ୍ଥିତିରେ ଲୋକଙ୍କ ଜୀବନକୁ ରକ୍ଷା କରିବାକୁ ପାଦ ଆଗକୁ ଆଣିଥିଲେ। ସେମାନଙ୍କ ମଧ୍ୟରୁ ଲଢେଇ କରୁ କରୁ ବହୁ ଲୋକେ ଜୀବନ ମଧ୍ୟ ହାରିଛନ୍ତି।
ଆସନ୍ତୁ ସେହି କରୋନା ଯୋଦ୍ଧାଙ୍କୁ ସଲାମ ଜଣାଇବା ଯେ ସଙ୍କଟ ସମୟରେ ନିଜର କର୍ତ୍ତବ୍ୟକୁ ପାଳନ କରିଛନ୍ତି ….
ସଫେଇ କର୍ମଚାରୀ / ସାନିଟାଇଜ କର୍ମଚାରୀ
ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ଏହି ଯୋଦ୍ଧାମାନେ ସର୍ବସାଧାରଣ ସ୍ଥାନ ସମେତ ସମସ୍ତ ଅଞ୍ଚଳକୁ ସାନିଟାଇଜ କରିବା ସହ ଭଲ ଭାବେ ସଫେଇ କର୍ମଚାରୀ ମାନେ ପରିଷ୍କାର କରିଛନ୍ତି। ରାସ୍ତା, ଡ଼୍ରେଟ, ଡ଼ାକ୍ତରଖାନା ପରିସରକୁ ସଠିକ ଭାବେ ସଫା କରିଛନ୍ତି। ଲୋକେ ନିଜ ଘରେ ସୁରକ୍ଷିତ ରହିଥିବା ବେଳେ ଏହି ଯୋଦ୍ଧାମାନେ ଜୀବନକୁ ବିପଦରେ ପକାଇ ନିଜ କର୍ତ୍ତବ୍ୟର ପାଳନ କରିଥିଲେ।
ଚିକିତ୍ସକ / ଡ଼ାକ୍ତର
ଡ଼ାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ। ବାସ୍ତବିକ ଏହି କଥାଟି ସତ । ଯେ ଜୀବନ ଦିଅନ୍ତି ସେ ଭଗବାନ, ଯେ ମୃତ୍ୟୁ ମୁଖରୁ ରକ୍ଷା କରି ନୂଆ ଜୀବନ ପ୍ରଦାନ କରନ୍ତି ସେ ଭଗବାନ। ଏହା କେବଳ ଡ଼ାକ୍ତରଙ୍କ ଦ୍ୱାରା ହିଁ ସମ୍ଭବ। କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି ଭଗବାନଙ୍କ ରୂପରେ ଆଗ ଧାଡ଼ିର କରୋନା ଯୋଦ୍ଧା ‘ଡ଼ାକ୍ତର’। ଏହି ସମୟରେ ଅନେକ ଡ଼ାକ୍ତର ଏଥିପାଇଁ ନିଜର ଜୀବନକୁ ମଧ୍ୟ ହାରିଛନ୍ତି। ସଂକ୍ରମିତମାନଙ୍କୁ ରକ୍ଷା କରିବାକୁ ଡ଼ାକ୍ତର, ନର୍ସ ସମସ୍ତ ପ୍ରକାର ସ୍ୱାସ୍ଥ୍ୟକର୍ମୀ ନିଜ ପରିବାରକୁ ପଛରେ ପକାଇ ଦୂରରେ ରହି ଲୋକଙ୍କ ସେବା କରିଛନ୍ତି। କରୋନା ଚିକିତ୍ସା କରୁଥିବାରୁ ରୋଗ ଛୁଇଁଲେ ମଧ୍ୟ ବ୍ୟାପୁଥିବାରୁ ନିଜର ପରିବାର ଠାରୁ ଦୂରରେ ରହି କଷ୍ଟରେ ରହି , ନିଜ କର୍ତ୍ତବ୍ୟର ପାଳନ କରିଛନ୍ତି।
ସେଭଳି ଆଶାକର୍ମୀ ମାନେ କରୋନା ଯୋଦ୍ଧା ସାଜି ଆବଶ୍ୟକ ଅନୁଯାୟୀ, ଲୋକଙ୍କ ଘର ଘର ବୁଲି ଔଷଧ, କିଭଳି ଭାବେ ସଚେତନ ରହିବେ, ସାମାନ୍ୟ କରୋନାର ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ କରିବା, ମାସ୍କ, ସାନିଟାଇଜର ବଣ୍ଟନ କରିବା, କରୋନା ନିୟମ ବିଷୟରେ ଅବଗତ କରାଇବା ସହ ଆବଶ୍ୟକ ସର୍ଭେ କରିଛନ୍ତି। ଏମାନେ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ବୋଲି ମଧ୍ୟ ବିବେଚନା କରାଯାଏ।
ସେଭଳି ପୁଲିସ କର୍ମୀ, କିଛି ଅଭିନେତାଙ୍କ ସମେତ ମହାରାଷ୍ଟ୍ର ଜିଲାର ଜଣେ ୮୭ ବର୍ଷିୟ ହୋମିଓପାଥିକ ଡାକ୍ତର ସାଇକେଲରେ ଗାଁ ଗାଁ ବୁଲି ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ପ୍ରତିଦିନ ୧୦-୧୫ କିଲୋମିଟର ସାଇକେଲରେ ଯାତ୍ରା କରି ଲୋକଙ୍କ ନିକଟରେ ପହଞ୍ଚିଛନ୍ତି। ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ ସଭିଁଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ଚର୍ଚ୍ଚାରେ ରହିଛନ୍ତି।

 

Comments are closed.