ଖୋସାମତିଆଙ୍କ ଖୁର

ସବ୍ୟସାଚୀ ଅମିତାଭ

ବର୍ତ୍ତମାନ ସମୟରେ ଆଗକୁ ବଢିବାର ଏକମାତ୍ର ସହଜ ଓ ସରଳ ଉପାୟ ଯଦି କ’ଣ ବୋଲି ପଚରାଯାଏ, ତେବେ ନିଃସନ୍ଦେହ ଉତ୍ତରଟି ହେବ ଖୋସାମତିଆ ବା ଚାମଚାଗିରି ବା ଚାଟୁକାରିତା। ମୋଟାମୋଟି ଏହି ଖୋସାମତି ବା ଚାମଚାଗିରିର ବିକଳ୍ପ ନାହିଁ କହିଲେ ଭୁଲ୍ ହେବନି। ଆମ ଦେଶ ଅବା ରାଜ୍ୟରେ ଏବେ ଚାମ୍‌ଚା, ଚାଟୁକାର, ଖୋସାମତିଆ, କଅଁଳକୁହା ପରାଙ୍ଗପୁଷ୍ଟମାନଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ପଦପଦବୀ, କ୍ଷମତା ହାସଲ ଓ ରକ୍ଷା ପାଇଁ ଚାମଚାଗିରି ଏକ ବହୁ ପରୀକ୍ଷିତ ଅେମାଘ ବ୍ରହ୍ମଅସ୍ତ୍ର ବୋଲି ବିଚାର କରାଯାଉଛି। ଚାଟୁକାରମାନଙ୍କ ଜିଭର ଲମ୍ବ ବା ଖୋସାମତିଆଙ୍କ ଖୁରର ଦାଢ କେତେ ଏଯାଏ​ କୌଣସି ସଂସ୍ଥା, ବିଶେଷଜ୍ଞ ଅବା ବ୍ୟକ୍ତିବିଶେଷ ମାପି ପାରିନାହାନ୍ତି। ସାଂପ୍ରତିକ ସମୟରେ ଚାମଚାଗିରିେର ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ବର୍ଗଟି ସବୁଠାରୁ ଆଗୁଆ। ଚାଟୁକାରିତା କେବଳ ରାଜନୈତିକ ଦଳରେ ବା ସଂସ୍ଥାରେ ସୀମିତ ହୋଇ ରହିନାହିଁ ବରଂ ଏହା କ୍ରମେ ଶାସନତନ୍ତ୍ର ଓ ସମାଜର ଏକ ସଂସ୍କୃତି ହୋଇଗଲାଣି।

କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଶଂସା କରିବାେର ଅସୁବିଧା ନାହିଁ; କିନ୍ତୁ ସେହିଭଳି ପ୍ରଶଂସା ନିଜ ସୁରକ୍ଷା ପାଇଁ କରାଯାଉଥିେଲ ତାକୁ କୁହାଯାଏ ଚାମଚାଗିରି। ଏହାଛଡା, ଅେନକ ବ୍ୟକ୍ତି ଆତ୍ମସମୀକ୍ଷା ପାଇଁ ଅନିଚ୍ଛୁକ ଓ ସତ୍ୟକୁ ସାମ୍ନା କରିବାପାଇଁ ପ୍ରସ୍ତୁତ ନୁହନ୍ତି, ସମାେଲାଚନାକୁ ସହିପାରନ୍ତି ନାହିଁ ଓ ଅତି ପ୍ରଶଂସାର ‘କମ୍ଫର୍ଟ ଜଣ’ ବା ଆରାମଦାୟକ ପରିେବଶ ଭିତର ରହିବାକୁ ପସନ୍ଦ କରନ୍ତି। ନିର୍ବାଚନ ହାରିଗ‌ଲେ, ବଡ ଚାକିରିରୁ ଅବସର ନେଇଗଲେ, ଚାମଚା ଓ ପାଳିତମାେନ ନୂତନ ଚାଚା, ମୁନିବ ଓ ଶକ୍ତିକେନ୍ଦ୍ର ଅନ୍ୱେଷଣରେ ବାହାରି ଯାଆନ୍ତି। ସେଥିପାଇଁ କୁହାଯାଏ, ଅସ୍ତଗାମୀ ସୂର୍ଯ୍ୟଙ୍କୁ କେବଳ ବୋକା ଲୋକ ନମସ୍କାର କରନ୍ତି। ଉଦୀୟମାନ ସୂର୍ଯ୍ୟଙ୍କୁ କୋଟି ନମସ୍କାର ବି ଯଥେଷ୍ଟ ନୁେହଁ।

ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ଲୋକେ ’ମହାତ୍ମା ଗାନ୍ଧୀ’ ଡାକିବାରୁ ସେ ଖୁବ୍ ଅସନ୍ତୁଷ୍ଟ ହେଉଥିଲେ। ପଣ୍ଡିତ ନେହେରୁ ସ୍ବାଧୀନତା ସଂଗ୍ରାମ ସମୟରେ ଛଦ୍ମ ନାମରେ ନିଜ ନିଜକୁ ସମାେଲାଚନା କରି ବାରମ୍ବାର ଲେଖାମାନ ଖବରକାଗଜରେ ଛାପୁଥିଲେ। ଲେଖାଗୁଡିକର ସାରାଂଶ ଥିଲା- ଲୋକେ ‘ଜବାହରଲାଲ’ଙ୍କୁ ଅନ୍ଧଭାବରେ ଅନୁସରଣ କଲେ ସେ ଦିନେ ଏକଛତ୍ରବାଦୀ ହୋଇଯିବାର ଭୟ ରହିଛି ଇତ୍ୟାଦି। ରାଜୀବ ଗାନ୍ଧୀ ବମ୍ବେ କଂଗ୍ରେସ ଅଧିେବଶନରେ ଦଳରୁ ଖୋସାମତିଆ ଓ ‘ପାୱାର ବ୍ରୋକର’ମାନଙ୍କୁ ହଟାଇବାକୁ ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କ ପୁଅକୁ ‘ଡବଲ ପ୍ରମୋସନ’ ମିଳିଥିବା ଖବର ପାଇଲା ପରେ ଲାଲବାହାଦୁର ଶାସ୍ତ୍ରୀ ପଦୋନ୍ନତି ଅର୍ଡରକୁ ବାତିଲ କରିବାପାଇଁ ନିର୍ଦେଶ ଦେଇଥିଲେ। ସେ ସଦାବେ​ଳେ ଚାଚା, ଚାମଚାମାନଙ୍କୁ ଦୂରରେ ରଖୁଥିଲେ। ଜରୁରୀ ପରିସ୍ଥିତିବେଳେ ଗଣମାଧ୍ୟମର ବ୍ୟବହାରକୁ ନେଇ କୁହାଯାଉଥିଲା, ତୁମମାନଙ୍କୁ ଟିକିଏ ନଇଁ ଯିବାକୁ କୁହାଯାଇଥିଲା, କିନ୍ତୁ ତମେ ସବୁ ଗୁରୁଣ୍ଡିଲ କାହିଁକି?

କିମ୍ବଦନ୍ତୀ ଅଛି, ଚାଣକ୍ୟ ମହାରାଜା ଚନ୍ଦ୍ରଗୁପ୍ତଙ୍କୁ ତାଙ୍କ ଆଗରେ ଅତି ପ୍ରଶଂସା କରୁଥିବା ଜଣେ ଚାଟୁକାରର ଉଦ୍ଦେଶ୍ୟ ବୁଝିପାରି ତତ୍‌କ୍ଷଣାତ୍‌ ବନ୍ଦୀ କରି ଜେଲଖାନାକୁ ପଠାଇ ​ ଦେଇଥିଲେ। ପରେ ଜଣାପଡ଼ିଲା ଏହି ଚାଟୁକାର ପ୍ରକୃତରେ ଚନ୍ଦ୍ରଗୁପ୍ତଙ୍କୁ ହତ୍ୟା କରିବାପାଇଁ ଷଡଯନ୍ତ୍ରରେ ଲିପ୍ତ ଥିଲା। ମଧ୍ୟଯୁଗରେ ରାଜା ମହାରାଜାମାେନ ବେତନ ଦେଇ ଚାଟୁକାର ଓ ଚାମଚା ରଖୁଥିଲେ। ଏମାେନ ଛାମୁଙ୍କ ପହଡ଼ ଭାଙ୍ଗିବା ପାଇଁ ମଧ୍ୟ ସ୍ତୁତିଗାନ କରୁଥିଲେ। ଏପରି ବଡ଼ବଡ଼ କବି, ଲେଖକମାନେ ରାଜାଙ୍କ ଆଶୀର୍ବାଦ ପାଇଁ ତାଙ୍କୁ ସ୍ତୁତି କରି ପୁସ୍ତକ, କାବ୍ୟମାନ ରଚନା କରୁଥିଲେ, ପୁରସ୍କାର ପାଉଥିଲେ। ବିଭୀଷଣ, ରାବଣଙ୍କ ସ୍ତୁତିଗାନ କରିବାକୁ ମନା କରିବାରୁ ଲଙ୍କା ଛାଡ଼ିବାକୁ ପଡ଼ିଥିଲା। ସର୍ପ ରୂପରେ ସଇତାନ (ସାଟନ୍) ଆଦାମ୍ ଓ ଇଭ୍‌ଙ୍କୁ ନିଜ ଚାଟୁବାଣୀଦ୍ବାରା ପ୍ରଭାବିତ କରିବା ଯୋଗୁ ଉଭୟେ ପାପଗ୍ରସ୍ତ ହୋଇ ପାରାଡାଇଜ୍ ବା ସ୍ବର୍ଗରୁ ବହିଷ୍କୃତ ହୋଇଥିଲେ। ରୋମ ସେନାବାହିନୀର ସୈନିକମାନେ ଦେଶ ପ୍ରତି ଆନୁଗତ୍ୟକୁ ପ୍ରାଧାନ୍ୟ ନ ଦେଇ ଅପାରଗ ସେନାପତିମାନଙ୍କୁ ଖୁସି କରିବାରେ ବ୍ୟସ୍ତ ରହିବାରୁ ରୋମ ସାମ୍ରାଜ୍ୟ ଭୁଶୁଡ଼ି ପଡ଼ିଥିଲା ।

ପୃଥବୀର ବିଭିନ୍ନ ଦେଶର ନିର୍ବାଚିତ ଜନ ପ୍ରତନିଧି ଓ ସାମ୍ବିଧାନିକ ପଦପଦବୀରେ ନିଯୁକ୍ତ ବ୍ୟକ୍ତିମାେନ ଶପଥ ଗ୍ରହଣ ବେଳେ କେବଳ ନିଜ ଦେଶ ଓ ସମ୍ବିଧାନ ପ୍ରତି ଆନୁଗତ୍ୟର ଶପଥ ନେଇଥାନ୍ତି, କୌଣସି ବ୍ୟକ୍ତି ବା ପରିବାର ପ୍ରତି ନୁହେଁ। ସେହିପରି ରାଜେନୖତିକ ଦଳର ସଭ୍ୟମାନେ ଦଳପ୍ରତି ଆନୁଗତ୍ୟ ପ୍ରକାଶ କରିଥାନ୍ତି। ଦଳ ଓ ଦଳପତିଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ସ୍ବାଭାବିକ; କିନ୍ତୁ ଦଳର ଚାଚା, ଗଡ୍‌ଫାଦର ଓ ସେମାନଙ୍କ ପିଲାକବିଲାଙ୍କୁ ଦଳ ଓ ଦେଶାଠାରୁ ଉପ‌ରେ ରଖି ଚାମଚାଗିରି କରିବା ​କେବଳ ଅ​‌ମେରୁଦଣ୍ଡୀ ପ୍ରାଣୀମାନଙ୍କ ପକ୍ଷ‌ରେ ସମ୍ଭବ। ଦେଶର ଦୁର୍ଭାଗ୍ୟ ଯେ, ଏବେ ଏହିପରି ଅମେରୁଦଣ୍ଡୀ ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଯିଶୁଖ୍ରୀଷ୍ଟ କହୁଥିଲେ ଜଣେ ବ୍ୟକ୍ତି ଏକ ସମୟରେ ଈଶ୍ବର ଓ ସଇତାନ ଉଭୟଙ୍କର ଅନୁଗତ ହୋଇପାରିବ ନାହିଁ ।’’

‘ସାଇେକାଫାଣ୍ଟ’ ବା ତୋଷାମଦିଆମାନଙ୍କର ବିଭିନ୍ନ ରୂପ ଓ ସଂଜ୍ଞା ଅଛି। ଗୋଟିଏ ସଂଜ୍ଞା ଅନୁସାରେ ଏମାେନ ନିଜ ପାଦରେ ନ ଚାଲି ପେଟରେ ଚାଲନ୍ତି ଓ ପେଟ ଓଲଟାଇଲେ ଗୋଇଠା ଖାଆନ୍ତି। ନିଜ ସ୍ବାର୍ଥ ରକ୍ଷାପାଇଁ ଚାମଚାଗିରିକୁ ଇଂରାଜୀରେ କହନ୍ତି ‘ଲଜିକାଲ୍ ଫାଲାସି’। ସକ୍ରେଟିସ୍‌ଙ୍କ ଅନୁସାେର ତୋଷାମଦି ଏକ ଲୋକ ଦେଖାଣିଆ ପନ୍ଥା, ବନ୍ଧୁତ୍ବ ଓ ଛଳନା। ସଚ୍ଚୋଟ, ନିଷ୍ଠାପର, ପରିଶ୍ରମୀ, ବୁଦ୍ଧିମାନ୍ ଓ ଦୃଢ଼ନିଶ୍ଚୟ ବ୍ୟକ୍ତିଙ୍କୁ ଚାମଚା ଓ ଚାଚାମାେନ ପ୍ରଭାବିତ କରିପାରନ୍ତି ନାହିଁ। ମ୍ୟାନେଜମେଣ୍ଟ ଗୁରୁ ପିଟର୍ ଡ୍ରକର୍ କହନ୍ତି, ଯାହାର ଦୂରଦୃଷ୍ଟି ଓ ସମଦୃଷ୍ଟିର ଅଭାବ, ଜ୍ଞାନ, କୌଶଳ ଓ ପେସାଦାରିତାର ଅଭାବ, ବ୍ୟକ୍ତିତ୍ବ ଓ ନେତୃତ୍ୱ ଦୁର୍ବଳ ସେ ଚାମଚାଗିରି କରି ଉପରକୁ ଉଠିବାପାଇଁ ଚେଷ୍ଟା କରିଥାଏ। ପ୍ରକୃତ ନେତୃତ୍ୱ ହେଲା ଉପରିସ୍ଥ ହାକିମଙ୍କୁ ଅତି ପ୍ରଶଂସା ନ କରି କର୍ମଠ ଅଧସ୍ତନ କର୍ମଚାରୀଙ୍କ କାମକୁ ପ୍ରଶଂସା ଓ ଉତ୍ସାହିତ କରିବା।

ଆଉ ଏକ ପ୍ରକାର ଖୋସାମତି ଅଛି, ଯାହାକୁ କହନ୍ତି ‘ପଏଜନ୍ ଡଫ୍ଲାେଟରି’ ବା ବିଷାକ୍ତ ଚାଟୁ। ଏହାକୁ ବିଶ୍ବାସ କରିବା ଲୋକେ ଖାଲରେ ପଡ଼ିଥାନ୍ତି। ଅଭ୍ୟାସଗତ ଭାବରେ ଚାମଚାଗିରି କରୁଥିବା ଲୋକଙ୍କୁ ‘କ୍ରନିକ ସାଇେକାଫାଣ୍ଟ’ବୋଲି କୁହାଯାଏ; ସତେ ଯେମିତି ଏହା ତାଙ୍କ ଡି.ଏନ୍.ଏ.ର ଅଂଶ! ଯେଉଁମାନେ ବୁଦ୍ଧିଆ ଚାଟୁକାର, ସେମାନେ ଶିବଙ୍କୁ ସନ୍ତୋଷ କରିବା ପୂର୍ବରୁ ଆଗ ତାଙ୍କ ବାହନ ନନ୍ଦୀଙ୍କୁ ହାତ କରି ନିଅନ୍ତି। ମାଆଙ୍କୁ ପ୍ରଭାବିତ କରିବା ପାଇଁ ତାଙ୍କ ପିଲାଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି। ଆଚରଣ ପରିବର୍ତ୍ତନ କରିବାପାଇଁ ଏମାନଙ୍କୁ ​‌ଯେତେ ବୁେଝଇେଲ ବୁଝନ୍ତି ନାହିଁ। ଏକ ସଚେତନ, ଶୃଙ୍ଖଳିତ, ସଭ୍ୟ ସମାଜରେ ଚାମଚାଗିରି ଉଧେଇପାେର ନାହିଁ। ଆଜିର ଯୁବପିଢ଼ିରୁ ଅନେକ ପଦଲେହନକାରୀଙ୍କୁ ଘୃଣା କରନ୍ତି। ଏମାେନ ଏକ ନୂତନ ସକାଳ, ନୂତନ ମୂଲ୍ୟ‌େ‌ବାଧ ଓ ନୂତନ ସମ୍ମାନଜନକ ଜୀବନର ସନ୍ଧାନରେ ଅଛନ୍ତି। ଚାଚା, ଚାମଚା ଓ ଚାଟୁକାରଙ୍କ ପ୍ରଭାବରୁ ଏମାନଙ୍କୁ ଦୂରରେ ରଖିବାପାଇଁ ଉତ୍ସାହିତ କରିବା ଆମର ଏକ ସାମାଜିକ ଦାୟିତ୍ବ।

Comments are closed.