କେମିତି ରଖିବେ ପରିବାରକୁ ଖୁସି ?

କୌଣସି ସମ୍ପର୍କ ସୁଦୃଢ ରହିବା ପାଇଁ ଉଭୟ ପକ୍ଷରୁ ପ୍ରୟାସ ରହିବା ଜରୁରୀ। ଯଦି ଗୋଟିଏ ପକ୍ଷର ବି ବିଶ୍ବାସ ଦୁର୍ବଳ ହୋଇଯାଏ, ତେବେ ସମ୍ପର୍କରେ ତିକ୍ତତା ଆସିବା ସ୍ବାଭାବିକ। କୁହାଯାଏ, ଥରେ ସମ୍ପର୍କ ଦୁର୍ବଳ ହୋଇପଡିଲେ ଏହାକୁ ସଜାଡିବା କଷ୍ଟକର। ପତି-ପତ୍ନୀ ପରିବାରର ଦୁଇଟି ମୁଖ୍ୟ ସ୍ତମ୍ଭ। ନିଜକୁ ଏବଂ ପରିବାରକୁ ହସ, ଖୁସି, ଶାନ୍ତିରେ ରଖିବା ଲାଗି କଥାରେ ନକହିଲେ ବି ମନେମନେ

ଜୀବନସାଥୀଙ୍କୁ ଅନ୍ତତଃ ଏତିକି ପ୍ରତିଶ୍ରୁତି ନିଶ୍ଚିତ ଦିଅନ୍ତୁ-

ପ୍ରତି କାମରେ ସହଯୋଗ କରିବେ। କାରଣ, ବୈବାହିକ ଜୀବନରେ ଉଭୟଙ୍କୁ ପରସ୍ପରର ସମର୍ଥନ ଓ ସହଯୋଗ ଲୋଡା ହୋଇଥାଏ। ତେଣୁ ପରସ୍ପରର ଛୋଟମୋଟ ଭୁଲ୍‌କୁ କ୍ଷମା କରି ସାଥୀଙ୍କୁ ସହଯୋଗର ହାତ ବଢାଇଲେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଖୁସିରେ ଓ ସହଜରେ ବିତାଇପାରିବେ।

ପରସ୍ପରର ସୁଖ-ଦୁଃଖ ବାଣ୍ଟିବା ଲାଗି କଥା ଦିଅନ୍ତୁ। ଜୀବନସାଥୀଙ୍କ ଭାବନା ଏବଂ ତାଙ୍କ ସ୍ଥିତି ବୁଝି ନିଜକୁ ତାଙ୍କ ସହ ସାମିଲ କରନ୍ତୁ। ଏହା ସମ୍ପର୍କକୁ ସୁନ୍ଦର ଏବଂ ସୁଦୃଢ କରିପାରିବ।

କୌଣସି ପରିସ୍ଥିତି​‌ରେ ବି ଧୈର୍ଯ୍ୟ ହରାନ୍ତୁ ନାହିଁ। ଏପରି ହେଲେ କ୍ରୋଧ ପ୍ରଭାବ ବିସ୍ତାର କରେ ଏବଂ ମଣିଷ ରାଗରେ ଥିବା ବେଳେ ନିଜର ନିୟନ୍ତ୍ରଣ ହରାଇ କିଛି ବି କହିଦିଏ ଯାହା ସମ୍ପର୍କ ପାଇଁ ଯଥେ​ଷ୍ଟ କ୍ଷତିକାରକ ହୋଇଥାଏ। ଅନ୍ୟଜ​‌ଣେ ରାଗରେ ଥିବା ବେଳେ ତାଙ୍କୁ ମଧ୍ୟ ଶାନ୍ତ ହୋଇ ବୁଝାଇବାକୁ ଚେଷ୍ଟା କରନ୍ତୁ। ଏହା ସମ୍ପର୍କ ନିବିଡ କରିବା ସହ ପରସ୍ପର ପ୍ରତି ସମ୍ମାନ ବୃଦ୍ଧି କରେ।

ସବୁଠାରୁ ବଡ କଥା, ସଫଳ ବୈବାହିକ ଜୀବନ ଲାଗି ପରସ୍ପର ପ୍ରତି ବିଶ୍ବସ୍ତ ରହିବା ନିତାନ୍ତ ଜରୁରୀ। ତେଣୁ ସମ୍ପର୍କରେ ବିଶ୍ବସ୍ତ ରହିବାର ପ୍ରତିଶ୍ରୁତି ଦିଅନ୍ତୁ।

Comments are closed.