କନ୍ୟାପକ୍ଷ ଓ ବରପକ୍ଷଙ୍କ ନିମନ୍ତେ ସ୍ବତନ୍ତ୍ର ମାସ୍କ

କରୋନା ଭାଇରସ୍ କଟକଣାରେ ବିବାହ କାର୍ଯ୍ୟକ୍ରମ ଯଥାରୀତି​‌ ଆଗେଇଚାଲିଛି। ଲୋକେ ସମସ୍ତ ପ୍ରକାର ନିୟମକୁ ସସମ୍ମାନେ ପାଳନ କରୁଥିବାର ଲକ୍ଷ୍ୟ କରାଯାଉଛି। ମାସ୍କ ପିନ୍ଧିବା ସହ ପରସ୍ପରଠାରୁ ସାମାଜିକ ଦୂରତା ମଧ୍ୟ ପାଳନ କରୁଛନ୍ତି। ନିକଟରେ ଜୟପୁରର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ନେଇଥିବା ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ବିବାହ ଉତ୍ସବରେ ସମ​‌େ​‌ସ୍ତ ମାସ୍କ ପିନ୍ଧୁଥିବାର କିଏ ବରପକ୍ଷ ଓ କିଏ କନ୍ୟାପକ୍ଷର, ତାହା ଜାଣିହେଉନାହିଁ। ଏହି ସମସ୍ୟାର ସମାଧାନରେ ବରପକ୍ଷ ଓ କନ୍ୟାପକ୍ଷ ନିମନ୍ତେ ସ୍ବତନ୍ତ୍ର ମାସ୍କ ତିଆରି କରାଯାଇଛି। ବରପକ୍ଷ ଲୋକଙ୍କ ମାସ୍କରେ ‘ଲଡକେୱାଲେ’ ଓ କନ୍ୟାପକ୍ଷ ମାସ୍କରେ ‘ଲଡକିୱାଲେ’ ଉଲ୍ଲେଖ ରହିବ। ବିବାହରେ ଏହି ମାସ୍କ ଜରିଆରେ ମଧ୍ୟ ମନୋରଞ୍ଜନ ହୋଇପାରିବ ବୋଲି ଅଧିକାଂଶଙ୍କ ମତ। ଇଭେଣ୍ଟ ମୁଖ୍ୟ ସ୍ବାତୀ ଅବରାର୍ କହିଛନ୍ତି, ଏହି ଡିଜାଇନର ମାସ୍କରେ ବିଭିନ୍ନ କାରୁକାର୍ଯ୍ୟ ହେବା ସହ ଏସବୁର ମୂଲ୍ୟ ୧,୧୦୦-୬,୫୦୦ ଟଙ୍କା ରହିଛି।

Comments are closed.