ବଡ଼ଦିନ ଓ ନୂଆବର୍ଷ ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

ନନ୍ଦନକାନନ : ବଡଦିନ ଓ ନୂଆବର୍ଷ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ (ବଟାନିକାଲ ଗାର୍ଡେନ)ରେ ପର୍ଯ୍ୟଟକଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନନ୍ଦନକାନନ ଓ ବଟାନିକାଲ ଗାର୍ଡେନର ରାସ୍ତାକୁ ବନ୍ଦ କରାଯିବା ସହ ପ୍ରାଣୀ ଉଦ୍ୟାନ ପରିସରରେ ଦୁଇ ସେକ୍ସନ ପୁଲିସ ଫୋର୍ସ ମୁତୟନ, ପ୍ରାଥମିକ ଚିକିତ୍ସା ନିମନ୍ତେ ଡାକ୍ତରୀ ଦଳ, ଦମକଳ ବାହିନୀ, ବିଶ୍ରାମ ସ୍ଥଳରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।

ନନ୍ଦନକାନନ ବୁଲି ଆସୁଥିବା ପର୍ଯ୍ୟଟକ ସାଙ୍ଗରେ ଆଣୁଥିବା ପଲିଥିନ୍‌କୁ ଡଷ୍ଟବିିନରେ ପକାଇବା ଲାଗି ସୂଚନା ପ୍ରଦାନ କରାଯିବ। ଭିଡ଼ ନିୟନ୍ତ୍ରଣ ଲାଗି ୱାନ୍‌ ୱେ ଟ୍ରାଫିକ୍‌ ବ୍ୟବସ୍ଥା ସହ ଅସାମାଜିକଙ୍କ ଉପରେ ପର୍ଯ୍ୟଟକ ପୁଲିସ ନଜର ରଖିବ। ଭିଡ଼ ଏଡ଼ାଇବା ଲାଗି ଅଧିକ ଟିକଟ କାଉଣ୍ଟର ଖୋଲିବାକୁ ନିଷ୍ପତ୍ତି େହାଇଛି। ସେହିପରି ବଟାନିକାଲ ଗାର୍ଡେନରେ ବଣଭୋଜି ବ୍ୟବସ୍ଥା ବନ୍ଦ ରଖାଯାଇଥିବାରୁ ସେଠାରେ େଗାଟିଏ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯିବ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରବେଶ ପାଇଁ ପ୍ରବେଶ ଶୁକ୍ଳ ଦେବାକୁ ପଡୁଥିବାବେଳେ ପାର୍କିଂ ଦେୟ ଦେବାକୁ ପଡ଼ିବ ନାହିଁ। ବାଘ, ଭାଲୁ, ସିଂହ ଓ ତୃୃଣଭୋଜୀ ସଫାରୀ, ବୋଟିଂ, ବ୍ୟାଟେରିଚାଳିତ ଗାଡ଼ି ବ୍ୟବସ୍ଥା ବନ୍ଦ ରହିଥିବାବେଳେ କେବଳ ଓଟିଡିସି ଓ କ୍ୟାଣ୍ଟିନରେ ଜଳଖିଆ ଓ ଖାଦ୍ୟ ଖାଇଲେ ଖାଦ୍ୟ ଅନୁଯାୟୀ ଦେୟ ଦେବାକୁ ପଡ଼ିଥାଏ। ବିଦେଶୀ ପର୍ଯ୍ୟଟକଙ୍କ ଲାଗି ୫୦ଟଙ୍କା େଦୟ ରହିଛି। ୩ବର୍ଷରୁ ୧୨ବର୍ଷ ପିଲାଙ୍କ ପାଇଁ ୧୦ଟଙ୍କା ରହିଥିବା ବେଳେ ଉଦ୍ୟାନ ଭିତରକୁ ସାଧାରଣ କ୍ୟାମେରା ନେଲେ ଦେୟ ଦେବାକୁ ପଡ଼ିନଥାଏ। ଭିିଡିଓ ରେକର୍ଡିଂ ପାଇଁ ୫୦୦ଟଙ୍କା, ଛୋଟ ଭିଡିଓ କ୍ୟାମେରା ପାଇଁ ୧୦୦ଟଙ୍କା, ଚଳଚ୍ଚିତ୍ର କ୍ୟାମେରା ପାଇଁ ୪୦୦୦ଟଙ୍କା ଦେୟ ଦେବାପାଇଁ ପଡ଼ିଥାଏ। ଭିନ୍ନକ୍ଷମଙ୍କ ପାଇଁ ଦେୟ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ବଟାନିକାଲ ଗାର୍ଡେନର ପ୍ରବେଶ ଦେୟ ଜଣ ପିଛା ୨୦ଟଙ୍କା ରହିଥିବା ବେଳେ ଦୁଇ ଚକିଆ, ତିନି ଚକିଆ ଗାଡ଼ି ପାଇଁ ୩୦ଟଙ୍କା, ଚାରିଚକିଆ ପାଇଁ ୧୦୦ଟଙ୍କା ଓ ବସ୍‌ ପାଇଁ ୨୦୦ଟଙ୍କା ରଖାଯାଇଛି।

Comments are closed.