ଭାରତୀୟ କ୍ରିକେଟର ଭବିଷ୍ୟତ: ଭେଙ୍କଟେଶ ଆୟର ଓ ହର୍ଷଲ ପଟେଲ

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୧) ଶେଷ ହୋଇଛି। ଫାଇନାଲରେ ଚେନ୍ନଇ ସୁପରକିଙ୍ଗ୍‌ସ ୨୭ରନରେ କଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ବିଜେତା ହୋଇଛି। ଆଇପିଏଲରେ ପ୍ରତି ସଂସ୍କରଣ ଭଳି ଚଳିତ ଥର ମଧ୍ୟ କିଛି ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରି ନଜରକୁ ଆସିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍‌ସ ପକ୍ଷରୁ ଖେଳିଥିବା ଦ୍ରୁତ ବୋଲର ଅଭେଶ ଖାନଙ୍କଠାରୁ ଆରମ୍ଭ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ରୁତ ବୋଲର ହର୍ଷଲ ପଟେଲ , କଲକାତା ନାଇଟ୍‌ ରାଇଡର୍ସ ଅଲ୍‌ରାଉଣ୍ଡର ଭେଙ୍କଟେଶ ଆୟର ଓ ଚେନ୍ନଇ ସୁପରକିଙ୍ଗ୍‌ସ ଓପନର ଋତୁରାଜ ଗାଏକୱାଡ ବେଶ ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ହର୍ଷଲ ପଟେଲ, ଭେଙ୍କଟେଶ ଆୟର ଓ ଅଭେଶ ଖାନ ପ୍ରଭାବିତ କରିବାରେ ସକ୍ଷମ ହୋଇଛନ୍ତି।

ଗୁଜରାଟର ସାନନ୍ଦରେ ଜନ୍ମିତ ୩୦ ବର୍ଷୀୟ ଡାହାଣହାତି ଦ୍ରୁତ ବୋଲର ହର୍ଷଲ ପଟେଲ ୧୫ଟି ମ୍ୟାଚ ଖେଳି ୫୬.୨ଓଭର ବୋଲିଂ କରି ୪୫୯ରନ ବ୍ୟୟ କରି ୩୨ଟି ୱିକେଟ ନେଇଛନ୍ତି। ୨୭ରନରେ ୫ଟି ୱିକେଟ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ସର୍ବାଧିକ ୱିକେଟ ପାଇଁ ହର୍ଷଲ ବାଇଗଣୀ ଟୋପି ପୁରସ୍କାର ହାସଲ କରିଥିଲେ। ଏହାଛଡ଼ା ହର୍ଷଲ ଗେମ୍‌ ଚେଞ୍ଜର ଅଫ ଦି ସିଜିନ ଓ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ମଧ୍ୟ ହାସଲ କରିଥିଲେ। ହର୍ଷଲ ପୂର୍ବରୁ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥିବାବେଳେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଦିଲ୍ଲୀ କ୍ୟାପିଟାଲ୍‌ସ ପାଇଁ ଖେଳିଥିଲେ। ପୂୁନର୍ବାର ହର୍ଷଲ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ କଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳିଥିବା ଭେଙ୍କଟେଶ ଆୟର ପାୱାର ପ୍ଳେୟାର ଅଫ ଦି ସିଜିନ ପୁରସ୍କାର ହାସଲ କରିଥିଲେ। ସେ ଚଳିତ ସଂସ୍କରଣରେ ୧୦ଟି ମ୍ୟାଚ ଖେଳି ୩୭୦ରନ କରିଛନ୍ତି। ଯେଉଁଥିରେ ଦୁଇଟି ଅର୍ଦ୍ଧଶତକ ରହିଛି। କଲକାତା ନାଇଟ୍‌ ରାଇଡର୍ସ ମୁଖ୍ୟ ପ୍ରଶିକ୍ଷକ ତଥା ନ୍ୟୁଜିଲାଣ୍ଡର ପୂର୍ବତନ ଦୁର୍ଦ୍ଧର୍ଷ ଓପନର ବ୍ରାଣ୍ଡେନ ମାକୁଲମ ଭେଙ୍କଟେଶଙ୍କ ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ମାକୁଲମ କହିଛନ୍ତି ଯେ, ଭେଙ୍କଟେଶଙ୍କ ପ୍ରଦର୍ଶନ ବହୁତ ପ୍ରଭାବିତ କରିଛି। ଆଶା କରୁଛି ଆସନ୍ତା ଆଇପିଏଲ ସିିଜିନ ପୂର୍ବରୁ ସେ ଭାରତୀୟ ପାଇଁ ଖେଳିଥିବେ ବୋଲି କହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଇପିଏଲ ପଦାର୍ପଣ କରିଥିବା​‌ ଭେଙ୍କଟେଶ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସେ ୪୧ରନ କରି ଅପରାଜିତ ରହିଥିଲେ। ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷରେ ସେ ଓପନିଂ କରି ୫୩ରନ କରିଥିଲେ। ୧୯୯୪ ଡିସେମ୍ବର ୨୫ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମିତ ଭେଙ୍କଟେଶଙ୍କ ପରିବାରରେ କିଏ ଇଞ୍ଜିନିୟର ତ ଆଉ କିଏ ଡାକ୍ତର। ଉଚ୍ଚଶିକ୍ଷିତ ପରିବାରରେ ଜନ୍ମିତ ଭେଙ୍କଟେଶ କ୍ରିକେଟକୁ କ୍ୟାରିୟର କରିବା ପାଇଁ ଇଚ୍ଛା କରି ମହାରାଜା ୱାଇସିସି କ୍ଳବ ଇନ୍ଦୋରରେ କ୍ରିକେଟ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ପ୍ରଶିକ୍ଷକ ଦିନେଶ ଶର୍ମାଙ୍କ ଠାରୁ ପ୍ରଶିକ୍ଷଣ ପାଇ ଭେଙ୍କଟେଶ ଆଗକୁ ବଢିିଥିଲେ। ଘରୋଇ କ୍ରିକେଟରେ ମଧ୍ୟପ୍ରଦେଶ ପାଇଁ ଖେଳୁଥିବା ଆୟର ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିଥାନ୍ତି। କିନ୍ତୁ ରାତାରାତି ସେ ଓପନର ହୋଇଥିଲେ। ସେ ଆଇପିଏଲରେ ବୋଲରଙ୍କ ଉପରେ ପ୍ରଭାବ ବିସ୍ତାର କରିପାରିଛନ୍ତି। ଓପନିଂ ବ୍ୟାଟିଂ କରିବାର କାହାଣୀ ମଧ୍ୟ ଖୁବ ଆକର୍ଷଣୀୟ। ଭେଙ୍କଟେଶ ଓପନିଂ କରିବା ପଛରେ ମଧ୍ୟପ୍ରଦେଶ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତଙ୍କର ବହୁତ ବଡ ଭୂମିକା ରହିଛି। ସୟଦ ମୁସ୍ତାକ ଅଲ୍ଲୀରେ ଚଳିତ ବର୍ଷ ଭେଙ୍କଟେଶ ଓପନିଂ କରିବେ ବୋଲି ପଣ୍ଡିତ ନିଷ୍ପତ୍ତି ନେଇଥିଲେ। ଏ ନେଇ ଭେଙ୍କଟେଶଙ୍କୁ ମଧ୍ୟ ପଣ୍ଡିତ ଅବଗତ କରାଇଥିଲେ। ପଣ୍ଡିତଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଭେଙ୍କଟେଶ ଡରି ଯାଇଥିଲେ। କାରଣ ​‌େ​‌ସ କେବେବି ନୂଆ ବଲରେ ଓପନିଂ କରିନଥିଲେ। କିନ୍ତୁ ଭେଙ୍କଟେଶଙ୍କ ଦକ୍ଷତା ଉପରେ ପଣ୍ଡିତଙ୍କ ଭରସା ଥିଲା।

Comments are closed.