ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଲେ ଲୋକସଭା ବାଚସ୍ପତି ଓମ ବିର୍ଲା

ଆସନ୍ତାକାଲି ନୂଆ ବର୍ଷ ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, ‘ମୁଁ ସମସ୍ତ ସାଥୀ ଭାରତୀୟଙ୍କୁ ୨୦୨୧ ବର୍ଷର ଶୁଭେଚ୍ଛା ଜଣାଉଛି। ମୁଁ ସର୍ବଶକ୍ତିମାନଙ୍କୁ ପ୍ରାର୍ଥନା କରୁଛି ଯେ ନୂତନ ବର୍ଷ ଆପଣଙ୍କ ଜୀବନକୁ ସୁଖ, ଆନନ୍ଦ ଏବଂ ଉତ୍ସାହରେ ପରିପୂର୍ଣ୍ଣ କରୁ।’ ସେ କହିଛନ୍ତି, ୨୦୨୦ ସମଗ୍ର ବିଶ୍ୱ ପାଇଁ ଅସାଧାରଣ ଆହ୍ୱାନ ସୃଷ୍ଟି କରିଥିଲା। କିନ୍ତୁ ସେହି କଠିନ ସମୟରେ ମଧ୍ୟ ଆମେ ନିଜକୁ ଏବଂ ଆମ ଦେଶର ଅଗ୍ରଗତିକୁ ବଜାୟ ରଖିବାରେ ସକ୍ଷମ ହୋଇଛୁ। କରୋନା ଭାଇରସ୍ ବିରୁଦ୍ଧରେ ସଂଗ୍ରାମରେ ସମଗ୍ର ସମାଜ ଉଲ୍ଲେଖନୀୟ ଏକତା ଏବଂ ସାମୂହିକ ଦାୟିତ୍ୱବୋଧ ​​ପ୍ରଦର୍ଶନ କରିଛି।

ଶ୍ରୀ ବିର୍ଲା କହିଛନ୍ତି, ‘ଆମର କରୋନା ଯୋଦ୍ଧାମାନେ ଏହି ସଂଗ୍ରାମରେ ଅଦମ୍ୟ ପ୍ରତିବଦ୍ଧତା ଏବଂ ନିଷ୍ଠାର ସହିତ ଅଂଶଗ୍ରହଣ କରିଛନ୍ତି ଏବଂ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ସେ ନୂଆ ବର୍ଷ ଅବସରରେ ଏକ ସଂକଳ୍ପ ନେବା କଥା ସ୍ମରଣ କରାଇ ଦେବା ସହ କହିଛନ୍ତି ଯେ ଏହି ନୂତନ ବର୍ଷରେ ଏକବିଂଶ ଶତାବ୍ଦୀର ଭାରତ ସୃଷ୍ଟି ପାଇଁ ଆମେ ଚେଷ୍ଟା କରିବା।

Comments are closed.