ବିବାହ ବନ୍ଧନରେ ଆବଦ୍ଧ ହେଲେ ସାଉଥ୍‌ ଷ୍ଟାର ନାଗା ସୌର୍ଯ୍ୟ

ବେଙ୍ଗାଲୁରୁ: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ନାଗା ସୌର୍ଯ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆଜି ଅର୍ଥାତ୍‌ ନଭେମ୍ବର ୨୦ରେ ଏହି ସାଉଥ୍‌ ସୁପରଷ୍ଟାର ନିଜ ପ୍ରେମିକା ଅନୁଷା ଶେଟ୍ଟୀଙ୍କୁ ବେଙ୍ଗାଲୁରୁରେ ବିବାହ କରିଛନ୍ତି। ଦୁହିଁଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି।

ଷ୍ଟାର୍ ଦମ୍ପତି ଗାର୍ଡେନ୍ ସିଟି ବେଙ୍ଗାଲୁରୁରେ ବିବାହର ସମସ୍ତ ରୀତିନୀତି ସମାପ୍ତ କରିଛନ୍ତି। ଉଭୟଙ୍କ ସମ୍ପର୍କୀୟମାନେ ଏହି ବିବାହ ଉତ୍ସବରେ ଯୋଗଦେଇ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପାରମ୍ପରିକ ପୋଷାକରେ ଉଭୟ ନାଗା ଏବଂ ଅନୁଷା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।


ସୋସିଆଲ ମିଡିଆରେ ସେମାନଙ୍କ ବିବାହର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ପ୍ରଶଂସକମାନେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

Comments are closed.