ଅମ୍ପନରେ ଭାଙ୍ଗିଲା ଦାଦାଙ୍କ ଆମ୍ବ ଗଛ

କୋଲକାତା : ସାମୁଦ୍ରିକ ଝଡ଼ ଅମ୍ପନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଶ୍ଚିମବଙ୍ଗରେ ଅମ୍ପନ ଯୋଗୁଁ ୭୬ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ମଧ୍ୟ ବେସ୍ ପ୍ରଭାବିତ ହୋଇଛି। ଅମ୍ପନରେ ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ବାସଭବନରେ ଥିବା ଏକ ଆମ୍ବ ଗଛ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଯାହାକୁ ଗାଙ୍ଗୁଲି ନିଜ କର୍ମଚାରୀଙ୍କ ସାହାଯ୍ୟରେ ସଳଖି ଛିଡା କରିଥିଲେ।
ଦାଦା ନିଜ ଟ୍ବିଟର ଆକାଉଣ୍ଟରେ ଦୁଇଟି ଛବି ଟ୍ବିଟ୍ କରିଛନ୍ତି। ଏହି ଫଟୋରେ, ଗାଙ୍ଗୁଲି ଅନ୍ୟମାନଙ୍କ ସାହାଯ୍ୟରେ ଆମ୍ବ ଗଛକୁ ସିଧା କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ଏହି ଗଛଟି ସୌରଭଙ୍କ ଘରର ବାଲକୋନୀ ନିକଟରେ ଥିବା ଦେଖାଯାଇଛି।

Comments are closed.