ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବେ ସୋନୁ

ମୁମ୍ବଇ : ଅନ୍ୟୂନ ୬୦ ଦିନ ନିଟ୍‌ ଓ ଜେଇଇ ସ୍ଥଗିତ ରଖିବା ପାଇଁ ଦୁଇ ଦିନ ପୂର୍ବେ ଦାବି କରିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଶୁକ୍ରବାର ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଯା’ଆସ କରିବାରେ ସେ ସହାୟତା ଯୋଗାଇଦେବେ ବୋଲି ସୁଦ୍‌ କହିଛନ୍ତି। କ​‌େ​‌ରାନା ପାଇଁ ତାଲାବନ୍ଦ ଘୋଷଣାବେଳେ ଦୁର୍ଗତ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବାରେ ଦୃଷ୍ଟାନ୍ତମୂଳକ ସହଯୋଗର ହାତ ବଢ଼ାଇଥିବା ସୁଦ୍‌ ଏବେ ପରୀକ୍ଷା କେନ୍ଦ୍ରକୁ ଯିବାଆସିବା ନେଇ ଚିନ୍ତିତ ଛାତ୍ରଛାତ୍ରୀଙ୍କ ସହିତ ସେ ଛିଡ଼ାହେବେ ଏବଂ କିଏ କେଉଁଠି ଅଟକି ରହିଥିଲେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରିବେ ବୋଲି ଘୋଷଣା କରିଛନ୍ତି। କେହି ଜଣେ ହେଲେ ଯେମିତି ପରୀକ୍ଷାରୁ ବଞ୍ଚିତ ନ ହେବେ ସେ ଦାୟିତ୍ବ ସେ ନେବେ ବୋଲି ସୋନୁ କହିଛନ୍ତି। ଏ ସମ୍ପର୍କିତ ତାଙ୍କର ଟ୍ବିଟ୍‌କୁ ଖୁବ୍‌ କମ ସମୟ ମଧ୍ୟରେ ବିପୁଳ ସମର୍ଥନ ମିଳିଛି।

Comments are closed.