ଡ଼. ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ଅତିରିକ୍ତ ଡ଼ିଜି ନିଯୁକ୍ତ

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ତଥା ତେଲଙ୍ଗାନା କ୍ୟାଡ଼ର ଆଇପିଏସ୍ ଡ଼. ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ଼ ଅତିରିକ୍ତ ଡ଼ିଜି ଭାବରେ ନିଯୁକ୍ତି ପାଇଛନ୍ତି । ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଡ଼. ମିଶ୍ର କ୍ୟାଡ଼ର ଡ଼େପୁଟେସନରେ ଓଡ଼ିଶା ଆସିବା ପରେ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ନିଯୁକ୍ତି ନିର୍ଦେଶ ଦିଆଯାଇଛି ।

ଡଃ ମିଶ୍ର କଟକରେ ଜନ୍ମ ଗ୍ରହଣ କରିଥିଲେ । ସେ ହାଇଦ୍ରାବାଦରେ ତେଲେଙ୍ଗାନା ପୁଲିସର କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟରେ କାର୍ଯ୍ୟ କରୁଥିଲେ। ଆଇପିଏସ୍ ସୁନୀଲ ରଏଙ୍କ ଅବସର ପରେ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଆଇପିଏସ ସତ୍ୟଜିତ୍ ମହାନ୍ତି ଅତିରିକ୍ତ ଭାବରେ ଅଗ୍ନିଶମ ଓ ହୋମଗାର୍ଡ଼ ଡ଼ିଜି ଭାବରେ କାର୍ଯ୍ୟ କରୁଥିଲେ । ଡ଼. ସୌମ୍ୟା ମିଶ୍ର ସମାଜବିଜ୍ଞାନରେ ପିଏଚଡ଼ି କରିଛନ୍ତି ।

Comments are closed.