ସାଉଦି ରାଜା ସଲମାନ୍ ବିନ୍‌ ଅବ୍‌ଦୁଲାଜିଜ୍‌ ହସ୍ପିଟାଲରେ ଭର୍ତ୍ତି

ରିୟାଧ: ସାଉଦି ଆରବର ୮୪ ବର୍ଷୀୟ ରାଜା ସଲମାନ୍‌ ବିନ୍‌ ଅବ୍‌ଦୁଲାଜିଜ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ରାଜଧାନୀ ରିୟାଧସ୍ଥିତ କିଙ୍ଗ୍‌ ଫୈଜଲ ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ଏ ନେଇ ସାଉଦି ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି। ପତ୍ତାଶୟରେ ପ୍ରଦାହ ଏବଂ କୋଲେସିଷ୍ଟାଇଟିସ୍‌ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସଲମାନ୍‌ ରାଜା ଭାବେ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ୨୦୧୨ ଜୁନରୁ ୨ ବର୍ଷ ପର୍ଯ୍ୟନ୍ତ ସାଉଦି କ୍ରାଉନ ପ୍ରିନ୍ସ ରହିଥିଲେ। ଏହା ସହିତ ସେ ରିୟାଧର ଗଭର୍ଣ୍ଣର ଭାବେ ୫୦ ବର୍ଷରୁ ଅଧିକ ସମୟ ସେବା କରିଥିଲେ।

Comments are closed.