ଦୁର୍ଭାଗ୍ୟ ପାଲଟିଛି ସୌଭାଗ୍ୟ ଯୋଜନା

ବେଲଗାଁ: ୨୦୧୭ରେ ଦେଶରେ ସମସ୍ତ ପରିବାରଙ୍କ ଘରେ ବିଦ୍ୟୁତ ସଂଯୋଗ ନେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଣୟନ ସୌଭାଗ୍ୟ ଯୋଜନା ସଇଁନ୍ତଲା ବ୍ଲକରେ ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି। ବ୍ଲକ ଅନ୍ତର୍ଗତ ଛକରବାଞ୍ଜି ଗ୍ରାମରେ ସମ୍ପୃକ୍ତ ବିଦ୍ୟୁତ ସଂଯୋଗକାରୀ ଠିକାଦାର ବିଦ୍ୟୁତ ସଂଯୋଗ ନକରି ଚାଲିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଠିକାଦାରଙ୍କ ଦ୍ୱାରା ବିଦ୍ୟୁତ ସଂଯୋଗ ନେଇ ଗରିବ ପରିବାରଙ୍କ ଗୃହରେ ଏଲଇଟି ବଲ୍ୱ ବ୍ୟତିତ ମିଟର, ମେନସ୍ୱିଚ ଆଦି ବସାଯାଇଛି। ଗାଁ ମୁଣ୍ଡରେ ଏକ ଟ୍ରାନ୍ସଫର୍ମର ବସାଯାଇଛି। ହେଲେ ପ୍ରାୟ ଦୁଇ ବର୍ଷ ବିତି ଯାଇଥିବା ବେଳେ ସମ୍ପୃକ୍ତ ଠିକାଦାର କିମ୍ବା ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ପାଇଁ ଆସିନଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ବାରମ୍ବାର ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ବିଦ୍ୟୁତ ସଂଯୋଗରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Comments are closed.