ମାରଣାସ୍ତ୍ର ଦେଖାଇ ଲୁଟ ଘଟଣାରେ ଦୁଇ ଗିରଫ

ସୋରଡ଼ା : ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ନୂଆଁଗଡ଼ ପଞ୍ଚାୟତ କେଶରା ନିକଟରେ ଗତ ପେବୃୟାରୀ ମାସ ୧୧ ତାରିଖରେ ମାରଣାସ୍ତ୍ର ଦେଖାଇ ସ୍ଥାନୀୟ ଅଞ୍ଚଳରେ ଗୋଟିଏ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେବା ସହ ମୋବାଇଲ ଟାବଲେଟ ଓ ମୂଲ୍ୟବାନ କାଗଜ ପତ୍ର ଲୁଟି ନେଇ ଥିଲେ । ସେହି ଦିନ ଠାରୁ ସୋରଡ଼ା ପୋଲିସ ଘଟଣାର ତଦନ୍ତ ଜାରି ରଖି ଥିଲେ। ଶନିବାର ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ସୋରଡ଼ା ପୋଲିସ।ଗିରଫ ଦୁଇ ଜଣ ହେଲେ ଗାଙ୍ଗପୁର ଥାନା ଅଞ୍ଚଳର ଗୌତମ ନାୟକ ଓ କୃଷ୍ଣ ମଳିକ । ସେମାନଙ୍କ ଠାରୁ ଦଶ ହଜାର ଟଙ୍କା ଓ ମାରଣାସ୍ତ୍ର ଜବତ କରାଯାଇଛି ବୋଲି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି।

Comments
Loading...