ଓଲଟିଲା ତୀର୍ଥଯାତ୍ରୀ ବସ୍; ୭ ଗୁରୁତର, ୩୦ରୁ ଊର୍ଦ୍ଧ୍ଵ ଆହତ

ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଭାରସାମ୍ୟ ହରାଇ ଏକ ତିର୍ଥଯାତ୍ରୀ ବସ୍ ଓଲଟିପଡ଼ିଛି । ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହାତ ହୋଇଥିବା ବେଳେ  ୭ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଓ ଆହତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ବସଟି ସମସ୍ତ ତୀର୍ଥଯାତ୍ରୀଙ୍କୁ ଧରି ଚବିଶ ପ୍ରଗଣାରୁ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଥିଲା । ଯିବା ସମୟରେ ମମତାଜ ନାମକ ଏହି ବସଟି ଓଲଟି ପଡିଥିଲା ।

ଡବ୍ଲୁ ୫୭ଇ୦୭୮୬ ମମତାଜ୍ ନାମକ ଘରୋଇ ବସଟି ପଶ୍ଚିମବଙ୍ଗ ଚବିଶପ୍ରଗଣା କାଚାରି ଅଞ୍ଚଳରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ବସରେ ଶହେରୁ ଊର୍ଦ୍ଧ୍ଵ ତ୍ରୀର୍ଥଯାତ୍ରୀ ଥିଲେ ।  ଖବର ପାଇ ଆହତ ଯାତ୍ରୀଙ୍କୁ ସୋର ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ ।  ଉଦ୍ଧାର କାର୍ଯ୍ୟରେ ୭ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ବେଳେ ୪ ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇଁ ହେଲପିଂ ହେଣ୍ଡ ସ୍ବେଚ୍ଛା ସେବୀ ସଂଗଠନ, ପୁଲିସ ଓ ଦମକଳ ବାହିନୀ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Comments are closed.