ଅଜଣା ଗାଡି ଧକ୍କାରେ ଜଣେ ମୃତ

ସୋର: ବାଲେଶ୍ବର ଜିଲା ସୋର ଅନ୍ତର୍ଗତ ଅନନ୍ତପୁର ରାସ୍ତା ଅଇଁରୀ ଛକରେ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ବ୍ୟକ୍ତ ଜଣଙ୍କ ଅନନ୍ତପୁର ଛକ ନିକଟରେ ଥିବା ଉମା ସୁଇଟ୍ସର କର୍ମଚାରୀ ରମେଶ ଚନ୍ଦ୍ର ସାହୁ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ରମେଶ ଚନ୍ଦ୍ର ସାହୁ ବିଳମ୍ବିତ ରାତିରେ ଉମା ସୁଇଟ୍ସରୁ କାମ ସାରି ଘରକୁ ଫେରୁଥିଲା । କିନ୍ତୁ ଅନନ୍ତପୁର ରାସ୍ତା ଅଇଁରୀ ଛକରେ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଯାହାଫଳରେ ସେ ଗୁରୁତର ହୋଇଥିଲା। ସେଠାରୁ ତାଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

Comments are closed.