ପଲସରରେ ଆସି ବେପାରୀଙ୍କ ଠାରୁ ଝାମ୍ପି ନେଲେ ୨ କିଲୋ ରୂପା ଗହଣା

ସୋର: ସୋରରେ ପୁଣି ପଲସରରେ ଆସି ଆତଙ୍କ ଖେଳାଇଛନ୍ତି ଦୁବୃର୍ତ୍ତ। ପଲସରରେ ଆସି ଗହଣା ବେପାରୀଙ୍କ ଠାରୁ ପ୍ରାୟ ୨ କିଲୋ ରୂପା ଗହଣା ଝାମ୍ପି ନେଇଛନ୍ତି। ସୋର ବଜାର ହସ୍ପିଟାଲ ମାଛ ହାଟ ନିକଟରୁ ଦୁଇ ଲୁଟେରା ଉଷା ଜୁଏଲାରୀ ମାଲିକ ଅଶୋକ ପାତ୍ରଙ୍କ ଠାରୁ ରୂପା ଗହଣା ଝାମ୍ପି ନେଇଛନ୍ତି। ଅଶୋକ ତାଙ୍କ ଗହଣା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୋକାନ ଠାରୁ ୨୦ ମିଟର ଦୂରରେ ଦୁଇ ଜଣ ଲୁଟେରା ପଲସରରେ ପଛରୁ ଆସି ତାଙ୍କଠାରୁ ଗହଣା ବ୍ୟାଗ ଝାମ୍ପି ନେଇଥିଲେ। ବ୍ୟାଗରୁ କିଛି ଗହଣା ତଳେ ପଡିଯାଇଥିବା ବେଳେ ଅନ୍ୟ ଗହଣା ନେଇ ଲୁଟେରା ଫେରାର ହୋଇଯାଇଛନ୍ତି। ଅଶୋକ ସୋର ଥାନାରେ ଅଭିଯୋଗ କରିବାପରେ ସୋର ପୁଲିସ ତନାଘନା କରୁଥବା ସୂଚନାମିଳିଛି।

Comments are closed.