ଗ୍ରୀଷ୍ମପ୍ରବାହ, କରୋନାକୁ ଡର – ନିର୍ମାଣସ୍ଥଳ ପାଇଁ ଏସ୍‌ଓପି ଜାରି

ଭୁବନେଶ୍ବର: କୋଭିଡ଼ ମୁକାବିଲା ଏବଂ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ନିର୍ମାଣ ସ୍ଥଳୀରେ କାର୍ୟ୍ୟ ପରିଚାଳନା ସମୟରେ କଡ଼ାକଡ଼ି ପଦ​‌େ​‌କ୍ଷପ ଗ୍ରହଣ କରିବା ନିମନ୍ତେ ଏସଓପି ଜାରି କରିଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ଲକ ଡାଉନ ସମୟ ମେ ୩ତାରିଖ ମଧ୍ୟରାତ୍ରି ପର୍ୟ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ଏ ସଂକ୍ରାନ୍ତରେ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତକାଲି ଏକ ନିର୍ଦେଶନାମା ଜାରି କରାଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ର ପାଇଁ କେତେକ କାର୍ୟ୍ୟକ୍ରମକୁ କଟକଟଣାମୁକ୍ତ କରାଯିବା ସହିତ କେତେକ ସର୍ତ୍ତାବଳି ମଧ୍ୟ ଜାରି ହୋଇଛି। ସଂକ୍ରମଣ ରୋକିବା ପାଇଁ କାର୍ୟ୍ୟସ୍ଥଳରେ ସାମାଜିକ ଦୂରତା ରକ୍ଷା ସହିତ ସ୍ବାସ୍ଥ୍ୟ ନିୟମାବଳି ପାଳନ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିସହିତ ରାଜ୍ୟରେ ଏବେ ତାପମାତ୍ରା ବୃଦ୍ଧି ପାଉଥିବାରୁ କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଲାଗିରହିବାର ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ନିର୍ମାଣ ସ୍ଥଳୀଗୁଡ଼ିକରେ ପ୍ରତିଷେଧକ ପଦକ୍ଷେପ ଗ୍ରହଣ ନିମନ୍ତେ ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ସରକାରୀ ବିଭାଗ, ଆରଡ଼ିସି ଏବଂ ଜିଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଏହି ଅବସରରେ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାନକ ସଞ୍ଚାଳନ ପ୍ରକ୍ରିୟା(ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଡ଼ୁିଓର) କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ଶ୍ରମିକ/ନିର୍ମାଣ କର୍ମଚାରୀଙ୍କୁ ଗ୍ରୀଷ୍ମପ୍ରବାହରୁ ରକ୍ଷା କରିବା ପାଇଁ ଜାରି ନିର୍ଦେଶାବଳୀରେ କୁହାଯାଇଛି ଯେ ନିର୍ମାଣ ପ୍ରକ୍ରିୟାରେ ଜଡ଼ିତ ଶ୍ରମିକ, ଟେକ୍ନିସିଆନ, ସୁପରଭାଇଜର ଏବଂ ଅନ୍ୟମାନଙ୍କ ମଧ୍ୟରେ କାର୍ୟ୍ୟକ୍ଷେତ୍ରରେ ସାମାଜିକ ଦୂରତା କଡ଼ାକଡ଼ି ପାଳନ ହେବ। ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମଳକ। କଣ୍ଟ୍ରାକ୍ଟର/ନିର୍ମାଣ ସଂସ୍ଥା ବାହାରୁ ଆସିଥିବା ଶ୍ରମିକମାନଙ୍କ ପାଇଁ ସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭର ନକରି ସ୍ବତନ୍ତ୍ର ପରିବହନ ବ୍ୟବସ୍ଥା କରିବେ। ଏଥିରେ ଅନୁମୋଦିତ କ୍ଷମତାର ୩୦-୪୦ଭାଗ ଯାତ୍ରୀ ପରିବହନ ଅନୁମତି ଦିଆଯିବ।

କାର୍ୟ୍ୟସ୍ଥଳରେ ଥିବା ଶ୍ରମ ଶିବିରରେ କାମ କରିବା ଜାଗା, ଶୋଇବା ଘର, ଭୋଜନ ସ୍ଥଳୀ ପାଇଁ ସାମାଜିକ ଦୂରତା ପାଳନ କରାଯିବ। ଶ୍ରମିକମାନେ କାର୍ୟ୍ୟସ୍ଥଳରେ ଏକାଠି ବସିବା ,ପରସ୍ପର ନିକଟବର୍ତ୍ତୀ ହେବାକୁ ଅନୁମତି ଦିଆଯିବ ନାହିଁ। ନିର୍ମାଣ ସଂସ୍ଥା ଦ୍ବାରା କାର୍ୟ୍ୟସ୍ଥଳୀରେ ବାଲଟି, ମଗ, ସାବୁନ, ଟାୱେଲ ସହିତ ହାତ ଧୋଇବାର ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ସମ୍ପୃକ୍ତ ସଂସ୍ଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା କୋଭିଡ଼ ୧୯ ସଂକ୍ରମଣ ରୋକିବା ପାଇଁ କ’ଣ କରାଯିବା ଉଚିତ ଓ ଅନୁଚିତ ସେ ସମ୍ପର୍କରେ କାର୍ୟ୍ୟସ୍ଥଳୀରେ ଡ଼ିସପ୍ଲେ ବୋର୍ଡ଼, ପୋଷ୍ଟର ଲଗାଇବେ।

୬୦ବର୍ଷରୁ ଅଧିକ ବୟସର ଶ୍ରମିକମାନଙ୍କୁ କାର୍ୟ୍ୟକ୍ଷେତ୍ରରେ କାମ କରିବାକୁ ଅନୁମତି ଦିଆଯିବ ନାହିଁ। ହାତଧୋଇବା ଏବଂ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଶ୍ରମିକମାନଙ୍କ ପାଇଁ ସଚେତନତା ଓ ତାଲିମ କାର୍ୟ୍ୟକ୍ରମ କରାଯିବ। କୌଣସି ଅସୁସ୍ଥ ବୃଦ୍ଧି ଏବଂ ଥଣ୍ଡା, କାଶ, ଛିଙ୍କର ଲକ୍ଷଣ ଥିବା ​‌େ​‌ଲାକଙ୍କୁ କାମ କରିବାକୁ ଦିଆଯିବ ନାହିଁ। ଶ୍ରମିକମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଦେଲେ ନିର୍ମାଣ ସଂସ୍ଥା ସମ୍ପୃକ୍ତ ଶ୍ରମିକଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ କରାଇବାର ବ୍ୟବସ୍ଥା କରିବେ। ଶ୍ବାସଜନିତ ସମସ୍ୟା ଦେଖାଦେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନା, ବ୍ଲକ ଓ ତହସିଲ କାର୍ୟ୍ୟାଳୟକୁ ଜଣାଇବେ ଏବଂ ସେମାନଙ୍କ ପରାମର୍ଶ ଅନୁସାରେ ପଦ​‌େ​‌କ୍ଷପ ନିଆଯିବ।

ନିର୍ମାଣ କାର୍ୟ୍ୟ ଚାଲିଥିବା ସମୟରେ ଗୁଟଖା, ତମାଖୁ ଇତ୍ୟାଦି ଖାଇବା ଓ ଛେପ ପକାଇବା ନିଷେଧ। କଣ୍ଟ୍ରାକ୍ଟର, ନିର୍ମାଣ ସଂସ୍ଥା, କାର୍ୟ୍ୟନିର୍ବାହୀ ଅଧିକାରୀ ନିକଟବର୍ତ୍ତୀ ଅଞ୍ଚଳରେ କୋଭିଡ଼ ୧୯ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବୀକୃତିପ୍ରାପ୍ତ ଡାକ୍ତରଖାନା/କ୍ଲିନି ଚିହ୍ନଟ କରିବେ ଏବଂ ଏହାର ଏକ ତାଲିକା ସବୁବେଳେ କାର୍ୟ୍ୟ ସ୍ଥାନରେ ରଖିବାର ବ୍ୟବସ୍ଥା କରିବେ।

ନିର୍ମାଣ ସ୍ଥଳରେ ଗ୍ରୀଷ୍ମପ୍ରବାହ ପାଇଁ ପ୍ରତିଷେଧକ ବ୍ୟବସ୍ଥା ପାଳନ କରାଯିବ। ଶ୍ରମିକମାନଙ୍କୁ ଅତ୍ୟଧିକ ଉତ୍ତାପରୁ ରକ୍ଷା କରିବା ପାଇଁ ନିର୍ମାଣ ସ୍ଥଳରେ ସଂସ୍ଥା ପର୍ୟ୍ୟାପ୍ତ ଛାୟା ପ୍ରଦାନକାରୀ ବ୍ୟବସ୍ଥା କରିବେ। ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ କୌଣସି ନିର୍ମାଣ କାର୍ୟ୍ୟ କରାଯିବ ନାହିଁ। ଶ୍ରମିକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ପର୍ୟ୍ୟାପ୍ତ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯିବ। କଣ୍ଟ୍ରାକ୍ଟର, ନିର୍ମାଣ ସଂସ୍ଥା ଶ୍ରମିକଙ୍କ ପାଇଁ ନିର୍ମାଣ ସ୍ଥାନରେ ଅତ୍ୟାବଶ୍ୟକ ଔଷଧ, ଓଆରଏସ, ଗ୍ଲୁକୋଜ ଆଦି ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରିବେ। ସେମାନଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ ବିଷୟରେ ଦୃଷ୍ଟି ଦିଆଯିବ।

Comments are closed.