ଜନ୍ମଦିନରେ ପ୍ରଶଂସକଙ୍କୁ ରୋହିତଙ୍କ ଖାସ୍ ଉପହାର

ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ନିର୍ମାତା-ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ରବିବାର (୧୪ ମାର୍ଚ୍ଚ) ନିଜ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଶଂସକଙ୍କୁ ସେ ଏକ ଖାସ୍ ଉପହାର ଦେଇଛନ୍ତି। ତାଙ୍କର ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି ରୋହିତ୍। ସାମାଜିକ ଗଣମାଧ୍ୟମ ଜରିଆରେ ସେ ଏହି ଫିଲ୍ମର ରିଲିଜ୍ ତାରିଖ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି।
ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଫିଲ୍ମର ଏକ ଟିଜର ଶେୟାର କରିଛନ୍ତି। ଏହି ଟିଜର ସହିତ ସେ ଘୋଷଣା କରିଛନ୍ତି ଯେ ‘ସୂର୍ଯ୍ୟବଂଶୀ’ ଏପ୍ରିଲ ୩୦ ତାରିଖରେ ପରଦାକୁ ଆସିବ।