୫୦ ଏସୀୟ ସେଲିବ୍ରିଟିଙ୍କ ମଧ୍ୟରେ ସୋନୁ ସୁଦ୍‌ ଶୀର୍ଷରେ

ମୁମ୍ବଇ : କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିବା ଅଭିନେତା ସୋନୁ ସୁଦଙ୍କୁ ଦକ୍ଷିଣ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷ ସ୍ଥାନ ଦିଆଯାଇଛି। ଲକଡାଉନ୍ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ଅସହାୟମାନଙ୍କୁ ସାହାଯ୍ୟର ହାତବଢାଇଥିଲେ ସେଥିପାଇଁ ଲୋକମାନେ ତାଙ୍କୁ ରିୟଲ ହିରୋ ମାନୁଛନ୍ତି । ସୋନୁ ୨୦୨୦ ପାଇଁ ଏକ ନମ୍ବର ଏସୀୟ ସେଲିବ୍ରିଟି ଭାବରେ ମନୋନୀତ ହୋଇଛନ୍ତି । ସେ ଅନେକ ବଲିଉଡ ସେଲିବ୍ରେଟଙ୍କୁ ପଛରେ ପକାଇ ଏହି ଟାଇଟଲ ଜିତିଛନ୍ତି । ବ୍ରିଟେନରେ ଅବସ୍ଥିତ ଇଷ୍ଟର୍ନ ଆଇ ଖବରକାଗଜ ଦ୍ୱାରା ପ୍ରକାଶିତ ୫୦ ଏସୀୟ ସେଲିବ୍ରିଟିଙ୍କ ମଧ୍ୟରେ ସୋନୁ ସୁଦ ଶୀର୍ଷରେ ରହିଛନ୍ତି ।

ଏହି ତାଲିକା ମାଧ୍ୟମରେ ସେହି କଳାକାରମାନେ ଅଛନ୍ତି ଯେଉଁମାନେ ନିଜ କାର୍ଯ୍ୟ ସହିତ ସମାଜରେ ଏକ ସକରାତ୍ମକ ଚିହ୍ନ ସୃଷ୍ଟି କରିଛନ୍ତି ଓ ଲୋକଙ୍କୁ ପ୍ରେରଣା ଦେଇଛନ୍ତି ।

Comments are closed.