ଦୁଇଟି ଦୋକାନ ଓ ୬ଟି ଫ୍ଲାଟ ବନ୍ଧକ ରଖି ବ୍ୟାଙ୍କରୁ ୧୦କୋଟି ଋଣ ଆଣିଲେ ସୋନୁ ସୁଦ୍

ମୁମ୍ବଇ : ବଲିଉଡ ଅଭିନେତା ସୋନୁ ସୁଦ୍ କରୋନାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ଲକ୍‌ଡାଉନ୍ ସମୟରେ ସେ ହଜାର ହଜାର ଲୋକଙ୍କ ପାଇଁ ଆବଶ୍ୟକ ଅର୍ଥ, ଖାଦ୍ୟ ଏବଂ ଅନେକ ଜିନିଷ ପରିବହନ କରିଥିଲେ। ଏଥିସହିତ ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ସେମାନଙ୍କ ଘରକୁ ପଠାଇବାରେ ସାହାଯ୍ୟ କରିଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ ଲୋକମାନେ ତାଙ୍କୁ ‘ମସିହା’ ବୋଲି କହିବା ଆରମ୍ଭ କରିଛନ୍ତି। ନିଜର ମହାନତା ପାଇଁ ଲଗାତାର ଭାବେ ଚର୍ଚ୍ଚାରେ ରହିଥିବା ସୋନୁ ଏବେ ଆଉ କିଛି ଭଲ କାମ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ତାଙ୍କର ଦୁଇଟି ଦୋକାନ ଓ ୬ଟି ଫ୍ଲାଟ ବନ୍ଧକ ରଖି ବ୍ୟାଙ୍କରୁ ୧୦କୋଟି ଟଙ୍କା ଋଣ ଆଣିଛନ୍ତି। ଏହି ସମ୍ପତ୍ତିର ମାଲିକ ହେଉଛନ୍ତି ସୋନୁ ଏବଂ ତାଙ୍କ ପତ୍ନୀ ସୋନାଲି। ମାତ୍ର କେଉଁ ମହତ କାର୍ଯ୍ୟ ପାଇଁ ସୋନୁ ଏହି ଋଣ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comments are closed.