ଖ୍ରୀଷ୍ଟମାସରେ ପ୍ରଶଂସକଙ୍କ ଫୁଡ଼୍‍ ଷ୍ଟଲକୁ ସୋନୁଙ୍କ ଅଚାନକ ଗସ୍ତ: ନିଜେ କଲେ ରୋଷେଇ, ଭିଡିଓ ଭାଇରାଲ୍‍

ନୂଆଦିଲ୍ଲୀ: ପ୍ରଶଂସକଙ୍କ ଫୁଡ୍‍ ଷ୍ଟଲକୁ ଯାଇ ରୋଷେଇ କଲେ ଅଭିନେତା ସୋନୁ ସୁଦ୍‍। ଖ୍ରୀଷ୍ଟମାସ ଅବସରରେ ସମସ୍ତେ ପରିବାର ସହିତ ଉପଭୋଗ କରୁଥିବା ବେଳେ ଏହି ସମୟରେ ସୋନୁ ସୁଦ ଜଣେ ଅଭାବୀ ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇବା ଚେଷ୍ଟାରେ ତାଙ୍କ ଫୁଡ଼୍‍ ଷ୍ଟଲକୁ ଅଚାନକ ଗସ୍ତ କରି ତାଙ୍କ ସହ ଖ୍ରୀଷ୍ଟମାସ ପାଳନ କରିଛନ୍ତି। ଫୁଡ଼୍‍ ଷ୍ଟଲର ସେହି ବ୍ୟବସାୟୀ ପ୍ରଶଂସକଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇବା ସହ ସେଠାରେ ନିଜ ହାତରେ ରୋଷେଇ କରି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସୋନୁଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ସେହି ପ୍ରଶଂସକ ସୋନୁଙ୍କ ପାଦକୁ ସ୍ପର୍ଶ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ଓ ଏହାପରେ ଅଭିନେତା ତାଙ୍କୁ ସିଧାସଳଖ ଆଲିଙ୍ଗନ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ଲୋକେ ଖୁବ୍‍ ପସନ୍ଦ କରିବା ସହ ସୋନୁଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି।

 

Comments are closed.