ସ୍ପାଇସ୍‌ ଜେଟ୍‌ ପକ୍ଷରୁ ସୋନୁ ସୁଦଙ୍କୁ ସ୍ବତନ୍ତ୍ର ସମ୍ମାନ

ନୂଆଦିଲ୍ଲୀ: ସ୍ବତନ୍ତ୍ର ସମ୍ମାନ ପାଇଲେ ଅଭିନେତା ସୋନୁ ସୁଦ। କରୋନା କାଳରେ ତାଙ୍କ ମହତ କାର୍ଯ୍ୟ ପାଇଁ ଘରୋଇ ବିମାନ କମ୍ପାନୀ ସ୍ପାଇସ ଜେଟ୍ ପକ୍ଷରୁ ସୋନୁଙ୍କୁ ଖାସ୍‌ ଉପାୟରେ ସମ୍ମାନିତ କରାଯାଇଛି। ସ୍ପାଇସ ଜେଟ୍ ଏହାର ବୋଇଙ୍ଗ ୭୩୭ ବିମାନରେ ସୋନୁଙ୍କ ପ୍ରତିଛବି ଲଗାଇ ତାଙ୍କୁ ସଲାମ୍‌ ଜାଣାଇଛି। ଏହି ସମ୍ମାନକୁ ଦେଖି ଲୋକେ ଖୁବ୍‌ ଖୁସି ହେବା ସହ ନିଜ ନିଜ ପ୍ରତିକ୍ରିୟା ଦେଉଥିବା ବେଳେ ସୋନୁ ସୁଦ୍ ମଧ୍ୟ କମ୍ପାନୀକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ଲକଡାଉନ ସମୟରେ ସୋନୁ ସୁଦ୍‌ ଅସହାୟମାନଙ୍କୁ ତାଙ୍କ ଘରେ ପହଞ୍ଚାଇାବା ସହ ଅତ୍ୟାବଶ୍ୟକ ଜିନିଷ ସେମାନଙ୍କ ନିକଟରେ ପହଞ୍ଚାଇଥିଲେ। ଏହାବ୍ୟତୀତ ଅନେକ ଥର ଲୋକେ ଟ୍ବିଟର ଜରିଆରେ ତାଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି। ସୋନୁ ମଧ୍ୟ ବିଳମ୍ବ ନ କରି ସେମାନଙ୍କୁ ସାହାଯ୍ୟ କରିଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ନେଇ ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ଖୁବ୍‌ ଚର୍ଚ୍ଚା ହୋଇଛି। କେବଳ ଏତିକି ନୁହେଁ ଲୋକେ ସୋନୁଙ୍କୁ ଏଭଳି ଭଲପାଇ ଯାଇଛନ୍ତି ଯେ ତାଙ୍କୁ ପୂଜା ମଧ୍ୟ କରୁଛନ୍ତି। ସୋନୁଙ୍କ ମହାନପଣିଆକୁ ସମ୍ମାନ ଜଣାଇବା ପାଇଁ ସ୍ପାଇସଜେଟ୍ ଏହି ସ୍ୱତନ୍ତ୍ର ବିମାନ ତିଆରି କରିଛି।

 

Comments are closed.