ମହାରାଷ୍ଟ୍ର ସରକାରଙ୍କୁ କଙ୍ଗନାଙ୍କ ଆକ୍ଷେପ: ‘ବାବର ସେନା’ଠାରୁ ’ସୋନିଆ ସେନା’ ଆହୁରି ଖରାପ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ପୁଣି ଥରେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରକୁ ନିଶାଣ କରିଛନ୍ତି । ଉଦ୍ଧବ ସରକାରକୁ ଗୁଣ୍ଡା ସରକାର ବୋଲି ଉଲ୍ଲେଖ କରିଛନ୍ତି । ଟ୍ବିଟ୍ କରି ସେ କହିଛନ୍ତି ଯେ ଗୁଣ୍ଡା ସରକାର ବାର୍ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦେଇଛି, ମାତ୍ର ମନ୍ଦିର ଖୋଲିବାକୁ ଅନୁମତି ଦେଉନାହିଁ । ମହାରାଷ୍ଟ୍ରରେ ମନ୍ଦିର ଖୋଲିବା ସମ୍ପର୍କରେ ରାଜ୍ୟପାଳ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିବା ସଂକ୍ରାନ୍ତ ଖବର ମିଳିବା ପରେ କଙ୍ଗନା ଏପରି ଟ୍ବିଟ୍ କରିଛନ୍ତି ।

କଙ୍ଗନା ଟ୍ୱିଟ୍ କରି କହିଛନ୍ତି ଯେ ମାନ୍ୟବର ରାଜ୍ୟପାଳ ଗୁଣ୍ଡା ସରକାରଙ୍କୁ ମନ୍ଦିର ଖୋଲିବା ନେଇ  ପ୍ରଶ୍ନ କରିଛନ୍ତି । ଗୁଣ୍ଡା ସରକାର  ବାର୍ ଏବଂ ରେଷ୍ଟୁରାଣ୍ଟ ଖୋଲିଛନ୍ତି, କିନ୍ତୁ  ମନ୍ଦିରଗୁଡ଼ିକୁ ବନ୍ଦ କରି ରଖିଛନ୍ତି | ବାବର ସେନା ଠାରୁ ସୋନିଆ ସେନା ଆହୁରି ଖରାପ ବ୍ୟବହାର କରୁଛି ।

ଅନ୍ୟପକ୍ଷରେ  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କୁ ମନ୍ଦିର ଖୋଲିବା ନେଇ   ଏକ ଚିଠି ଲେଖିଛନ୍ତି । ରାଜ୍ୟରେ କୋଭିଡ -୧୯ ସହ ଜଡିତ ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ପରେ ଧାର୍ମିକ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନିଆଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ଏହାପୂର୍ବରୁ ୩୪ ଜଣ ବଲିଉଡ଼ ପ୍ରଯୋଜକ ସଂସ୍ଥା ରିପବ୍ଲିକ୍ ଟିଭିର ଅର୍ଣ୍ଣବ ଗୋସ୍ୱାମୀ, ପ୍ରଦୀପ ଭଣ୍ଡାରୀ, ଟାଇମ୍ସ ନାଓର ରାହୁଲ ଶିବଶଙ୍କର ଏବଂ ନବିକା କୁମାରଙ୍କ ବିରୋଧରେ ଦିଲ୍ଲୀରେ ମକଦ୍ଦମା ପ୍ରସଙ୍ଗରେ କଙ୍ଗନା ମଧ୍ୟ ଟ୍ବିଟ କରିଥିଲେ । ସେଥିରେ ସେ ଲେଖିଥିଲେ ଯେ ବଲିଉଡ ହେଉଛି ଡ୍ରଗ୍ସ, ଶୋଷଣ, ପରିବାରବାଦ ଏବଂ ଜିହାଦ୍। ବଲିଉଡ଼କୁ ନଳା ବୋଲି ଉଲ୍ଲେଖ କରି କଙ୍ଗନା କିଛି ବଡ଼ ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି ।
ସେ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ‘ବଡ ତାରକା କେବଳ ମହିଳାଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି ନାହିଁ ବରଂ ଯୁବକ ଯୁବତୀଙ୍କୁ ମଧ୍ୟ ଶୋଷଣ କରନ୍ତି। ସେମାନେ ସୁଶାନ୍ତ ସିଂ ରାଜପୁତଙ୍କ ପରି ଯୁବ ତାରକାଙ୍କୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ । ସେମାନେ କାହା ବିପଦରେ ଠିଆ ହୁଅନ୍ତି ନାହିଁ ।  ତୁମେ ମୋର ରହସ୍ୟ ଲୁଚାଇଛ, ମୁଁ ମୁଁ ତୁମକୁ ଲୁଚାଇବି ଧାରାରେ ବଲିଉଡ଼ର ବଡ଼ ତାରକାମାନେ କାମ କରୁଛନ୍ତିବୋଲି କଙ୍ଗନା କହିଛନ୍ତି ।

Comments are closed.