କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ, ଗଙ୍ଗାରାମ ହସପିଟାଲରେ ଭର୍ତି

ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ଦେଲେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଅସୁସ୍ଥ।  ଆଜି ସନ୍ଧ୍ୟାରେ ତାଙ୍କୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତି କରାଯାଇଛି।
ହସ୍ପିଟାଲର ଅଧ୍ୟକ୍ଷ ଡା.ଡିଏସ ରାଣା କହିଛନ୍ତି, ନିୟମିତ ଟେଷ୍ଟ ପାଇଁ ଆଜି ସନ୍ଧ୍ୟାରେ ସୋନିଆ ଗାନ୍ଧି ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ଏବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଭାବେ ସ୍ଥିର ରହିଥିବା ସେ କହିଛନ୍ତି। ଏହାବାଦ୍‌ ସେ ଆଉ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି।

Comments are closed.