ସଡ଼କ ଦୁର୍ଘଟଣାରେ ଉତ୍ତରାଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କ ପୁଅ ମୃତ

ଡେରାଡୁନ : ଉତ୍ତରପ୍ରଦେଶ ବରେଲି ଜିଲା ଫରିଦପୁରଠାରେ ବୁଧବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ଉତ୍ତରାଖଣ୍ଡ ଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ପୁତ୍ର ଅଙ୍କୁର ପାଣ୍ଡେ ଏବଂ ତାର ସାଙ୍ଗ ମୁନା ଗିରିଙ୍କ ମୃତ୍ୟୁ ଘଟିଛି। ମନ୍ତ୍ରୀଙ୍କ ପୁଅର ଆଉ ଜଣେ ସାଙ୍ଗ ଜ୍ଞାନେନ୍ଦ୍ର ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି।
ସୂଚନା ଅନୁସାରେ ଗୋରଖପୁରରେ ଏକ ପାରିବାରକ ଉତ୍ସବରେ ଯୋଗଦେବା ପାଇଁ ମନ୍ତ୍ରୀଙ୍କ ପୁଅ ସମେତ ୩ ସାଙ୍ଗ ଏକ କାର ଯୋଗେ ଯାଉଥିଲେ। ୨୪ ନମ୍ବର ଜାତୀୟ ରାଜପଥର ଫରିଦପୁରଠାରେ ମନ୍ତ୍ରୀଙ୍କ ପୁଅ କାର ସହ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକର ମୁହଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ମନ୍ତ୍ରୀଙ୍କ ପୁଅ ଓ ତାର ଅନ୍ୟ ଜଣେ ସାଙ୍ଗର ମୃତ୍ୟୁ ଘଟିଥିଲା

Comments are closed.