ସୂର୍ଯ୍ୟପରାଗକୁ ନେଇ ଅନ୍ଧବିଶ୍ବାସ; ଦିବ୍ୟାଙ୍ଗ ପିଲାଙ୍କୁ ମାଟିରେ ପୋତିଲେ

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀରେ ମଧ୍ୟ ମାନବ ସମାଜ ଅନ୍ଧ ବିଶ୍ବାସର ଅନ୍ଧାର ଗଳିରେ ଅଟକି ରହିଛି। ବିଜ୍ଞାନ ଯେତିକି ଊର୍ଦ୍ଧ୍ବକୁ ଯାଉଛି ମଣିଷ ସମାଜ ସେତିକି ଅନ୍ଧବିଶ୍ବାସର କବଳିତ ହୋଇ ରହିଛି। ଆଜି ମଧ୍ୟ ସେହିଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କର୍ଣ୍ଣାଟକର ଗୁଲବର୍ଗାରେ ଦେଖିବାକୁ ମିଳିଛି।

ଆଜି ସୂର୍ଯ୍ୟପରାଗର ଆରମ୍ଭରେ ଛାଇ ଆଲୁଅର ଲୁଚକାଳି ଖେଳ ଦେଖିବାକୁ ସାରା ଦେଶବାସୀ ଇଚ୍ଛୁକ ଥିବା ବେଳେ ଏଠାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ପରାଗର ଆରମ୍ଭରେ ଦିବ୍ୟାଙ୍ଗ ପିଲାମାନଙ୍କୁ ବେକ ପର୍ଯ୍ୟନ୍ତ ମାଟିରେ ପୋତି ଦିଆଯାଇଥିଲା। ହଠାତ୍ ଏହି ଘଟଣା ବିଷୟରେ କିଛି ବୁଝା ପଡିନଥିଲା। କିନ୍ତୁ ପରେ ସ୍ଥାନୀୟଲୋକଙ୍କ ଠାରୁ ଜଣାପଡିଥିଲା ଯେ, ସୂର୍ଯ୍ୟପରାଗ ଦିନ ଦିବ୍ୟାଙ୍ଗ ପିଲାଙ୍କୁ ମାଟିରେ ବେକ ଯାଏଁ ପୋତିବା ଦ୍ବାରା ସେମାନେ ଆରୋଗ୍ୟ ଲାଭ କରିଥାନ୍ତି। ସ୍ଥାନୀୟଲୋକଙ୍କ ଏଭଳି ବିଶ୍ବାସ ଯୋଗୁଁ ଦିବ୍ୟାଙ୍ଗ ପିଲାମାନଙ୍କୁ ମାଟିରେ ପୋତା ଯାଇଥିଲା।

Comments are closed.