କନ୍ଧମାଳରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କୁ ବଡ଼ ସଫଳତା

ଫୁଲବାଣୀ: କନ୍ଧମାଳରେ ଏସଓଜି ଓ ଡ଼ିଭିଏଫ ଯବାନଙ୍କୁ ମିଳିଛି ବଡ଼ ସଫଳତା। ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନମାନେ ଲଗାଣ ବର୍ଷା ସତ୍ତ୍ୱେ ମଙ୍ଗଳବାର ଓ ବୁଧବାର ଦୁଇଦିନ ଗୋଛାପଡା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କୁମ୍ବିଂ ଅପରେସନ କରିବା ସହ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ଶୁକ୍ରବାର କନ୍ଧମାଳ ଏସପି ଭିନୀତ ଅଗ୍ରଓ୍ୱାଲ ନିଜ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି କିଛି ମାଓ ପୋଷାକ, ଔଷଧ, ଜିଲେଟିନ ଷ୍ଟିକ, ବିଦ୍ୟୁତ ତାର, ଜଗ କମଳ, ଜ୍ୟାକେଟ, ସେଫ୍‌ଟି ଫିଉଜ, ସାବୁନ, ତେଲ ଆଦି ୧୮ ପ୍ରକାର ସାମଗ୍ରୀ ଥିବା ଏସପି ଵିନୀତ ଅଗ୍ରୱାଲ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମେ ମାସ ୨୨ ତାରିଖରେ ଛତିଶଗଡ଼ ବିଜେପୁର ଜିଲା ଅନ୍ତର୍ଗତ ଵାସାଗୁଡା ଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡକୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ରଣ କୌଶଳ, ଲଗାତାର କୁମ୍ବିଂ ଅପରେସନ ଯୋଗୁଁ ଜିଲାରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି । ଆଗକୁ କୁମ୍ବିଂ ଜାରି ରହିବ ବୋଲି ଏସ୍ ପି ପ୍ରକାଶ କରିଛନ୍ତି ।

Comments are closed.