କରୋନା ସଂକଟ – ଟୀକା ବାହାରିବା ଯାଏଁ ସମାଜିକ ଦୂରତା ବଜାୟ ରଖିବା ଜରୁରୀ

ନୂଆଦିଲ୍ଲୀ : ହାଭାର୍ଡ ବିଶ୍ବବିଦ୍ୟାଳୟ ଗବେଷକ ଷ୍ଟିଫେନ୍‌ କିସ୍‌ଲେର୍‌ କହିଛନ୍ତି ଯେତେଦିନ ପର୍ଯ୍ୟନ୍ତ କରୋନା ଭୂତାଣୁ ପାଇଁ ଔଷଧ କିମ୍ବା ଟୀକା ବାହାରି ନାହିଁ ସେତେଦିନ ପର୍ଯ୍ୟନ୍ତ ସମାଜିକ ଦୂରତା ବଜାୟ ରଖିବା ଜରୁରୀ। କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ହୁଏତ ୨୦୨୨ ପର୍ଯ୍ୟନ୍ତ ସାଜିକ ଦୂରତା ବଜାୟ ରଖିବା ପାଇଁ ପଡ଼ିବ। ଫଳରେ କାର୍ଯ୍ୟାଳୟଗୁଡ଼ିକରେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ସମ୍ପାଦନ ଲାଗି ପରାମର୍ଶ ଦିଆଯାଇପାରେ । ୬ଫୁଟ କିମ୍ବା ଅଧିକ ଦୂରତ୍ବ ବ୍ୟବଧାନରେ ଏକ ତୃତିୟାଂଶ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିବ, ଯାହା କେନ୍ଦ୍ର ସରକାରଙ୍କ ପାଇଁ ଏକ ପ୍ରକାର ଆହ୍ବାନ ସୃଷ୍ଟି କରିପାରେ ।

କାର୍ମିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ସବୁ ବିଭାଗର ଉପସଚିବଙ୍କୁ ଛାଡ଼ି ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବା ନିର୍ଦେଶ ଜାରି କରାଯାଇଛି। ଫଳରେ ଗହଳିକୁ ଏଡାଯିବା ସାଙ୍ଗକୁ ସାମାଜିକ ଦୂରତା ବଜାୟ ରଖାଯାଇ ପାରିବ। ଅନ୍ୟ କର୍ମଚାରୀ ଘରେ ରହି ଅନ୍‌ଲାଇନ୍‌ ଜରିଆରେ କାମ କରିପାରିବେ।

ଅପରପକ୍ଷରେ ଯେଉଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବୟସ ୫୦ବର୍ଷରୁ ଅଧିକ ସେମାନେ ଡାଇବେଟିକ୍, ରେସ୍‌ପିରେଟୋରି ସମସ୍ୟ, ରେନାଲ୍‌ ଡିଜିଜ୍‌ ଏବଂ ଅନ୍ୟ ରୋଗରେ ପୀଡ଼ିତ ରହିଛନ୍ତି, ତେଣୁ ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିବା ସମ୍ଭାବନା ରହିଛି। ​‌ମେଡ଼ିକାଲ୍‌ ସାର୍ଟିଫିକେଟ୍‌ ନ ଦେଇ ଏଭଳି ଅଧିକାରୀ ଓ କର୍ମଚାରୀ ସିଏଲ୍‌ ନେବାକୁ କାର୍ମିକ ମନ୍ତ୍ରାଳୟ ନିର୍ଦେଶ ଜାରି କରିଛି। ଏହାଦ୍ବାରା ବୟସାଧିକ ବ୍ୟକ୍ତିଙ୍କ ଜୀବନ ରକ୍ଷା ଏବଂ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟାଳୟ ସମ୍ପାଦନ ସାଙ୍ଗକୁ କରୋନା ଭୂତାଣୁକୁ ପ୍ରତିହତ କରାଯାଇପାରିବ ବୋଲି ସରକାର ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

Comments are closed.