ସାମାଜିକ କଟକଣାକୁ ଫୁ ; ତାସ ଖେଳରେ ମାତିଛନ୍ତି ଅସାମାଜିକ ଯୁବକ, ସମାଧାନ ପାଇଁ ଭିଡିଓ ମାଧ୍ୟମରେ ଛାତ୍ରୀଙ୍କ ନିବେଦନ

କୁଚିଣ୍ଡା : ସାମାଜିକ କଟକଣା ଫୁ କରି କିଛି ଅସାମାଜିକ ଯୁବକ ତାସ ଖେଳରେ ମାତିଛନ୍ତି। ସେମାନଙ୍କ ପାଟିତୁଣ୍ଡ ଏବଂ ହୋହାଲ୍ଲା ଯୋଗୁଁ ଛାତ୍ରଛାତ୍ରୀମାନେ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଣେ ଛାତ୍ରୀ ଏସବୁର ଭିଡିଓ ରେର୍କଡିଂ କରି ସୋସିଆଲ ମିଡିଆରେ ଛାଡି ଏହାର ସମାଧାନ ପାଇଁ ନିବେଦନ କରିଛନ୍ତି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସଂପ୍ରତି ମହାମାରୀ କରୋନା ଯୋଗୁଁ ପାଠପଢାରେ ଅଚଳାବସ୍ଥା ଲାଗି ରହିଛି। ଅନଲାଇନରେ ପାଠ ଏକମାତ୍ର ସାହାରା ହୋଇଛି। କେଶେଇବାହାଲ କଲେଜ ପକ୍ଷରୁ ପଢାଯାଉଥିବା ବେଳେ କୁଚିଣ୍ଡା ବ୍ଲକ ଗୁଛୁରା ପଞ୍ଚାୟତ ଉଲୁଣ୍ଡା ଗ୍ରାମର ଜନୈକ ଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ତାଙ୍କ ଘର ନିକଟରେ ନିୟମିତ ତାସ ଖେଳ ହେବା ସହ ବିଭିନ୍ନ ବର୍ଗରୁ ଲୋକେ ରୁଣ୍ଡ ହୋଇ ଭିଡ ଜମାଇ ପାଟିତୁଣ୍ଡ କରୁଥିବା ଏକ ଭିଡିଓ ନିଜେ ବାଳିକା ଉତ୍ତୋଳନ କରିଛି।। ପରେ ସେ ଭୋଗୁଥିବା ସମସ୍ୟା ସଂକ୍ରାନ୍ତରେ ସୋସିଆଲ ମିଡିଆରେ ଅବଗତ କରିଛନ୍ତି। ଏହାର ନିରାକରଣ ସକାଶେ ଭିଡିଓ ରେ ଅନୁରୋଧ କରି ଚାଲୁଥିବା ବେଆଇନ କାର୍ଯ୍ୟର ପ୍ରତିବାଦ କରିଛନ୍ତି। ଏହି କ୍ଲିପ ସଂପ୍ରତି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ମହୁଲପାଲି ପୁଲିସ ନିରବ ରହିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.