ବାରମ୍ବାର ଛିଙ୍କ ଆପଣଙ୍କ ପାଇଁ ସମସ୍ୟା ପାଲଟିଛି କି ? ଆପଣାନ୍ତୁ ଏହି ଟିପ୍ସ

ବହୁ ସମୟରେ ଛିଙ୍କ ହେବାକୁ ଶୁଭ କୁହାଯାଏ। ମାତ୍ର ଅଧିକ ଥର ଛିଙ୍କ ହେବା ସ୍ୱାସ୍ଥ୍ୟ ପାଇଁ ସଠିକ ନୁହେଁ ବୋଲି କୁହାଯାଏ। ଜାଣନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇବାର କିଛି ଉପାୟ ବିଷୟରେ …..
୧ – ଭିଟାମିନ ସି ସେବନ କରିବା ଦ୍ୱାରା ଛିଙ୍କ ଆସିବାକୁ କମ କରିଥାଏ। ଖଟାଯୁକ୍ତ ଫଳ ଓ ଭିଟାମିନ ସି ଥିବା ପନିପରିବା ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
୨ – ଅଁଳାରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଓ ଆଣ୍ଟି-ବ୍ୟାକ୍ଟେରିଅଲ ଗୁଣ ରହିଛି। ଯାହା ରୋଗପ୍ରତିରୋଧକ ଶକ୍ତିକୁ ବଢାଇବା ସହ ଛିଙ୍କ ସମସ୍ୟାରୁ ମୁକ୍ତି ମିଳିଥାଏ।
୩ – ଛିଙ୍କ ହେଉଥିବା ସମୟରେ କଳା ଓ ବଡ଼ ଗୁଜୁରାତି ଖାଇବା ଦ୍ୱାରା ଏହା ଦୂର ହୋଇଥାଏ।
୪ – ଥଣ୍ଡା ହେବା ସମୟରେ ବାରମ୍ବାର ଛିଙ୍କ ହେଉଥିଲେ ଅଦା ପକାଇ ଚା’ ପିଅନ୍ତୁ। ଛିଙ୍କ ବନ୍ଦ ହୋଇଥାଏ।
୫ – ପୁଦିନା ତେଲକୁ ଉଷୁମ ପାଣିରେ ପକାଇ ଏହା ବାଷ୍ପକୁ ନେବା ଦ୍ୱାରା ଛିଙ୍କ ସମସ୍ୟା ଦୂର ହୋଇଥାଏ।

Comments are closed.