ରଣଜୀ ମ୍ୟାଚ ବେଳେ ପଡ଼ିଆରେ ପଶିଲା ସାପ

ନୂଆଦିଲ୍ଲୀ : କ୍ରିକେଟ ଗ୍ରାଉଣ୍ଡରେ ମ୍ୟାଚ ଚାଲିଥିବା ସମୟରେ କେତେବେଳେ ବର୍ଷା ହେବା କାରଣରୁ ମ୍ୟାଚକୁ କିଛି ସମୟ ପାଇଁ ରୋକା ଯାଇଥାଏ ତ ଆଉ କେତେବେଳେ କମ୍ ଆଲୋକ ସକାଶେ ମ୍ୟାଚକୁ ରୋକା ଯିବାର ଦେଖାଯାଏ। ମାତ୍ର ସୋମବାର ଏଭଳି କିଛି ଘଟଣା ଘଟିଛି ଯେଉଁଥିପାଇଁ ମ୍ୟାଚକୁ କିଛି ସମୟ ପାଇଁ ରୋକା ଯାଇଥିଲା।
ସୂଚନା ଅନୁସାରେ, ସୋମବାରଠାରୁ ଚଳିତ ସିଜନର ରଣଜୀ ଟ୍ରଫି ଟୂର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଟୂର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ବିଦର୍ଭ ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ ଚାଲୁରହିଥିବା ସମୟରେ ପଡ଼ିଆ ଭିତରକୁ ଏକ ଲମ୍ବା ସାପ ପଶିଯାଇଥିଲା। ଯେଉଁଥିପାଇଁ ଖେଳକୁ କିଛି ସମୟ ପାଇଁ ରୋକା ଯାଇଥିଲା। । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ତାର ଅଫିସିଆଲ ଡୋମେଷ୍ଟିକ ଟ୍ବିଟରରେ ଏକ ଭିଡିଓ ଅପଲୋଡ କରି ସୂଚନା ଦିଆଯାଇଛି।
ପଡ଼ିଆରେ ସାପ ପଶିବାକୁ ନେଇ ଦର୍ଶକମାନେ ଜୋରରେ ପାଟି କରିବାର ଦେଖାଯାଇଥିଲା। ପରେ ଗ୍ରାଉଣ୍ଡ ଷ୍ଟାଫମାନେ ବହୁତ ପରିଶ୍ରମ କରି ସାପଟିକୁ ଧରିଥିଲେ।

Comments are closed.