ଗୋପବନ୍ଧୁ ଏକାଡେମୀରୁ ନାଗ ଉଦ୍ଧାର

ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ପ୍ରଶିକ୍ଷଣ ପାଇଁ ପ୍ରତିଷ୍ଠିତ ଗୋପବନ୍ଧୁ ଏକାଡେମୀ ପରିସରରେ ଥିବା ବୈତରଣୀ ଆବାସର ରୋଷେଇ ଘର ଭିତରୁ ରବିବାର ସନ୍ଧ୍ୟା ଏକ ନାଗସାପ ଉଦ୍ଧାର କରାଯାଇଛି। ଏକାଡେମୀର କର୍ମଚାରୀ ନାଗସାପକୁ ରୋଷେଇ ଘର ଭିତରେ ପଶିବା ସମୟରେ ଦେଖିଥିଲେ। ଏନେଇ ପ୍ରଶାସନିକ ଅଧିକାରୀ ସ୍ନେକ୍‌ ହେଲ୍ପ ଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଉଦ୍ଧାର ପାଇଁ କହିଥିଲେ। ଶୁଭେନ୍ଦୁ ସ୍ନେକ୍‌ ହେଲ୍ପ ଲାଇନ୍‌ର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ରୋଷେଇ ଘରର ବାସନ କଢ଼ାଯିବା ପରେ ସାପଟି ଦେଖାଯାଇଥିଲା। ୪ ଫୁଟ୍‌ ଲମ୍ବର ନାଗ ସାପକୁ ଉଦ୍ଧାର ପରେ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।

Comments are closed.