ନାଗ ସାପ ଉଦ୍ଧାର କଲେ ସମାଜସେବୀ ଦେବାନନ୍ଦ

ସାରନଗରୀ : ସେକ୍ଟର-୯ ଅଂଚଳରୁ ଆଜି ଏକ ନାଗସାପ ଉଦ୍ଧାର ହୋଇଥିବା ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ସେକ୍ଟର-୯ ଅଂଚଳର କ୍ୱାର୍ଟର ନଂ ଇ-୯ରେ କାହ୍ନୁ ଚରଣ ନାୟକ ବାସ କରନ୍ତି । ସଂଧ୍ୟା ସମୟରେ ଆରଏସପି କର୍ମଚାରୀ ଶ୍ରୀ ନାୟକ ତାଙ୍କ ଏକ ଅତିରିକ୍ତ ରୁମରେ ବସିଥିବା ବେଳେ ଏକ ନାଗ ସାପ ରୁମରେ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ତତ୍‌କ୍ଷାଣତ ଏ ସମ୍ପର୍କରେ ସାପ ଧରାଳୀ ତଥା ସମାଜସେବୀ ଦେବାନନ୍ଦ ବେହେରାଙ୍କୁ ସୂଚନା ଦେବା ପରେ ସେ ସେଠାରେ ପହଂଚି ସାପଟିକୁ ଆୟତ କରିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ନାଗ ସାପର ଲମ୍ବ ୩ଫୁଟ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Comments are closed.