ଡିଜେଲ କଲୋନୀରୁୁ ନାଗ ସାପ ଉଦ୍ଧାର

ସାରନଗରୀ : ବୁଧବାର ସଂଧ୍ୟାରେ ବନ୍ଧମୁଣ୍ଡା ନିକଟ ଡିଜେଲ କଲୋନୀରୁ ଏକ ନାଗ ସାପ ଉଦ୍ଧାର ହୋଇଛି । ସାପଟିର ଲମ୍ବ ପ୍ରାୟ ୪ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଡିଜେଲ କଲୋନୀ ଅଂଚଳରେ ବାସ କରୁଥିବା ଚିତ୍ରଜିତ ମାଇତି ତାଙ୍କ ବାସଭବନର ରୋଷେଇ ଘରେ ସଂଧ୍ୟାରେ ଏକ ନାଗ ସାପ ଲୁଚି ରହିଥିବା ଦେଖିବାକୁ ପାଇଥିଲେ। ସେ ଏହି ଘଟଣା ସମ୍ପର୍କରେ ବରିଷ୍ଠ ସାପଧରାଳୀ ତଥା ସ୍ୱେଚ୍ଛାସେବୀ ଦେବାନନ୍ଦ ବେହେରାଙ୍କୁ  ଖବର ଦେଇଥିଲେ।  ସାପଧରାଳୀ ଶ୍ରୀ ବେହେରା ଘଟଣା ସ୍ଥଳରେ ପହଞ୍ଚି ସାପ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ। କିଛି ସମୟ ପରେ ୪ ଫୁଟର ଏହି ନାଗ ସାପକୁ ଆୟତକୁ ଅଣାଯାଇଥିଲା। ଏହାପରେ ବନବିଭାଗ ସହାୟତାରେ ନାଗସାପକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।

Comments are closed.