ସଙ୍ଗରୋଧ କେନ୍ଦ୍ରରେ ସାପ; ପ୍ରବାସୀ ଭୟଭୀତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଖଜୁରୀଡିହା ସଂଙ୍ଗରୋଧ କେନ୍ଦ୍ରରେ ପାଞ୍ଚ ଜଣ ପ୍ରବାସୀ ରହୁଥିବାବେଳେ ଏମାନଙ୍କ ମଧ୍ୟରେ ବାଙ୍ଗାଲୋର ଫେରନ୍ତା ଏକ ଦମ୍ପତିଙ୍କ ସହ ତାଙ୍କର ଦୁଇ ନାବାଳକ ପୁଅଝିଅ ମଧ୍ୟ ଏହି ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି । ସଂଙ୍ଗରୋଧ କେନ୍ଦ୍ରରେ ରହିବା ଓ ଖାଇବା ପିଇବାରେ ବ୍ୟାପକ ଅସୁବିଧା ନେଇ ସେମାନେ ଅଭିଯୋଗ କରିଥିଲେ ମଧ୍ୟ ଏହାର କୈଣସି ସୁଫଳ ମିଳିନାହିଁ। କେବଳ ସରପଞ୍ଚ ଆଜି ସନ୍ଧ୍ୟାରେ ତାଙ୍କୁ ଭଲମନ୍ଦ ପଚାରି ଫେରିଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଆଜି ପୁଣି ଏହି ସଙ୍ଗରୋଧ କେନ୍ଦ୍ରରେ ସାମ୍ନାରେ ଏକ ସାପ ବାହାରିଥିବା ଦେଖାଯାଇଛି । ସାପ ଯୋଗୁଁ ଏଠାରେ ରହୁଥିବା ପରିବାର ଭୟଭୀତ ଅବସ୍ଥାରେ ରହୁଥିବା ଜଣାପଡିଛି। ସଂଙ୍ଗରୋଧ କେନ୍ଦ୍ରକୁ ସାନିଟାଇଜ କରାଯିବା ଓ ସେମାନଙ୍କ ସ୍ବାବ ନମୁନା ନିଆଯିବାକୁ ସେମାନେ ଦାବି କରିଛନ୍ତି।

Comments
Loading...