ହରିଣକୁ ଗିଳିଲା ଅଜଗର ; ଆଉ ତା’ପରେ….

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଅମରୋହରେ ଏକ ଆଖୁ କ୍ଷେତରେ ଅଜଗର ସାପ ଏକ ହରିଣକୁ ଗିଳିବା ପରେ ତା’ର ମଧ୍ୟ ମୃତ୍ୟୁ ହୋଇଥିଲା।
ଏହି ସମ୍ପୂର୍ଣ୍ଣ ଘଟଣା ଅମଦପୁର ଥାନା ଅନ୍ତର୍ଗତ ମାଲୀପୁରା ଗାଁର। ଏଠାରେ ରହୁଥିବା ଏକ କୃଷକ ପରିବାରର ଝିଅ ଗତ ଶନିବାର ଦିନ ଆଖୁ କ୍ଷେତରେ କାମ କରିବା ଅବସ୍ଥାରେ ଅଜଗର ସାପ ହରିଣକୁ ଗିଳିବା ଅବସ୍ଥାରେ ଦେଖି ଦୁଇ ଭଉଣୀ ଜୋରରେ ପାଟି କରିଥିଲେ।
ଗାଁଲୋକେ ଅଜଗର ସାପକୁ ଟାଣି କ୍ଷେତରୁ ବାହାର କରିବା ସହ ଅନ୍ୟ କିଛି ଲୋକେ ଏହାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଜଣାପଡ଼ିଛି।
ଗାଁ ଲୋକେ ଏହି ଘଟଣା ବିଷୟରେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଲେ। ବନ କର୍ମଚାରୀ ପହଞ୍ଚି ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲକୁ ଛାଡ଼ିବା ବାଟରେ ତା’ର ମୃତ୍ୟୁ ହୋଇଥିଲା। ହରିଣକୁ ଗିଳିବା ପରେ ଅଜଗର ସାପଟିର ମୃତ୍ୟୁ ହେବା ପରେ ତା’କୁ ସେଠାରେ ମାଟି ତଳେ ପୋତି ଦିଆଯାଇଥିଲା ବୋଲି ଜଣାପଡ଼ିଛି।
ଅଜଗର ଗିଳିଥିବା ହରିଣ ମଧ୍ୟ ମୃତ ଅବସ୍ଥାରେ ବାହାରକୁ ଆସିଥିଲା। ବନ କର୍ମଚାରୀଙ୍କ କହିବା ଅନୁଯାୟୀ ଅଜଗର ସାପଟି ଆକାରରେ ବଡ଼ ହରିଣକୁ ଗିଳିଥିବାରୁ ତା’ର ମୃତ୍ୟୁ ହୋଇଛି।

 

Comments are closed.