ବାଇକ୍‌ ପ୍ୟାନେଲ୍‌ରେ ଲୁଚି ଥିଲା ନାଗ ସାପ, ଉଦ୍ଧାର କଲେ ​ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ବାଳକାଟି ନିକଟସ୍ଥ ସରକଣା ଗ୍ରାମରେ ଜଣେ ଗ୍ରାମବାସୀଙ୍କ ଘରେ ଏକ ନାଗ ସାପ ପଶିଥିଲା। ଘରଲୋକ ସାପକୁ ଘଉଡାଇବାରେ ସଫଳ ହେଲେ ଏବଂ ସାପଟି ଘର ବାହାରକୁ ଚାଲି ଆସିଲା। ହେଲେ ଏହାର କିଛି ସମୟ ପରେ ରାସ୍ତା ଉପରେ ଥିବା ଏକ ମୋଟର ସାଇକେଲ ଭିତରେ ପଶି ସାଇଡ ପ୍ୟାନେଲ ଭିତରେ ଲୁଚି ରହିଥିଲା। ବାଇକ ମାଲିକ ବିମଲ କୁମାର ସାହୁ ବିକଳରେ ସ୍ନେକ ହେଲ୍ପ ଲାଇନକୁ ସାହାଯ୍ୟ ପାଇଁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ସତର୍କତାର ସହିତ ଏକ ୪ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରିଥିଲେ। ସାପଟିକୁ ଗାଁଠାରୁ ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳିରେ ଛାଡି ଦିଆଯାଇଛି ବୋଲି ସୂଚନା ମିଳିଛି।

Comments are closed.