ସାପ କାମୁଡାରେ ଶିଶୁକନ୍ୟାର ମୃତ୍ୟୁ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ଲାଞ୍ଜି ପଞ୍ଚାୟତର ଉପରପିଟା ଗ୍ରାମରେ ଏକ ବିଶାକ୍ତ ସାପ କାମୁଡାରେ ଜଣେ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଶିଶୁ କନ୍ୟା ଜଣକ ଉପରପିଟା ଗ୍ରାମର ଭଜନଲାଲ ଜଗତଙ୍କ ୫ ବର୍ଷର ଝିଅ କ୍ଷଣପ୍ରଭା ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଉପରପିଟା ଗ୍ରାମର ଭଜନଲାଲ ଜଗତଙ୍କର ପରିବାର ଲୋକେ ଗତ ରାତିରେ ଖାଇସାରି ତାଙ୍କ ଘରର ଚଟାଣରେ ଶୋଇଥିବାବେଳେ ରାତ୍ରରେ କୌଣସି ବିଶାକ୍ତ ସାପ ଶିଶୁକନ୍ୟାକୁ କାମୁଡି ଦେଇଥିଲା। ସକାଳ ସମୟରେ ଶିଶୁକନ୍ୟା ଜଣକ ଅଚେତ ହେବା ସହ ପାଟିରୁ ଫେଣ ବାହାରୁଥିବା ଦେଖି ପରିବାର ଲୋକେ ସନ୍ଦେହ କରି ଖଡିଆଳ ସ୍ଥିତ ମିଶନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏନେଇ ଖଡିଆଳ ଥାନାରେ ୨୦/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ନେଇ ପୁଲିସ ଏଏସଆଇ ଡମ୍ବରୁଧର ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସାପ କାମୁଡାରେ ଶିଶୁକନ୍ୟାଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି।

Comments are closed.