ସର୍ପାଘାତରେ ଗୁରୁତର ମହିଳା ଡାକ୍ତରଖାନାରେ ଭର୍ତ୍ତି

ପାଟଣା :  ଆଜି ବି ଗୁଣି ଗାରିଡିକୁ ଲୋକଙ୍କ ବିଶ୍ୱାସ କରୁଛନ୍ତି। ଏପରି ଏକ ଗୁଣି ଗାରିଡି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରଜିଲ୍ଲା ପାଟଣାବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତ କୁମୁଳାବାହାଳି ଗ୍ରାମରେ। ଗ୍ରାମର ଲଷ୍ମଣ ମାଝୀଙ୍କ ପତ୍ନୀ ଦାମିନୀ ମାଝୀ ରାତି ସମୟରେ ଘର ଭିତରେ ବସିଥିବା ବେଳେ ଘର ଉପରୁ ଏକ ଚିତିସାପ ଦାମିନୀଙ୍କ ଦେହ ଉପରେ ପଡ଼ି ତାଙ୍କ ବାମ କାନରେ ଚୋଟ ମାରିଥିଲା । ପରିବାର ଲୋକେ ଘଟଣା ଜାଣିବା ସତ୍ବେ ଅନ୍ଧବିଶ୍ୱାସକୁ ଭରଷା କରି ପ୍ରଥମେ ଗୁଣି ଗାରିଡିର ସାହାଯ୍ୟ ନେଇ ଶନିବାର ଠାରୁ ରବିବାର ଦୁଇଦିନ ଧରି ଗୁଣିଆଙ୍କ ଦ୍ଵାରା ଝଡାଫୁଙ୍କା କରିଥିଲେ । ସେଥିରେ ସାପବିଷ ନ ଝଡିବାରୁ  ତୃତୀୟ ଦିନରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଦାମିନୀ ଙ୍କୁ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସାରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରିଛନ୍ତି । ଦାମିନୀଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସୂଚନା ମିଳିଛି।

Comments are closed.