ବିଷାକ୍ତ ସାପ କାମୁଡାରେ ଯୁବକର ମୃତ୍ୟୁ

କଲମପୁର: ବିଷାକ୍ତ ସାପ କାମୁଡାରେ ଜନୈକ ୩୬ ବର୍ଷିୟ ଯୁବକଙ୍କ ମୃତ୍ୟୁ ହୋଇଛି। ସାପ କାମୁଡ଼ିବା ପରେ ଉକ୍ତ ଯୁବକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଥୁଆମୁଳ ରାମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ପ୍ରାପ୍ତ ସୁଚନା ମୁତାବକ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୁଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଠଘରା ଗ୍ରାମର ବିରକା ମାଝୀଙ୍କ ୩୬ ବର୍ଷିୟ ପୁଅ ମୀନକେତନ ଗତ ଶନିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଗୁରୁତର ମୀନକେତନକୁ ପ୍ରଥମେ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ସକାଳେ ମୀନକେତନର ମୃତ୍ୟୁ ହେଇଯାଇଥିଲା। ପରବର୍ତ୍ତି ସମୟରେ ଥୁଆମୁଳ ରାମପୁର ଥାନା ଅଧିକାରୀ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତରିତ କରାଯାଇଛି। ଅନ୍ୟପଟେ ଥୁଆମୁଳ ରାମପୁର ଥାନାରେ ସାପ କାମୁଡା ଜନିତ ଏକ ଅପମୃତ୍ୟୁ ମାମଲା ଦାଏର କରାଯାଇଛି।

Comments are closed.