ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ବଡ଼ସାହି: ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ଗ୍ରାମର ଏକ ଶିଶୁପୁତ୍ରକୁ ବିଷଧର ସାପ କାମୁଡ଼ି ଦେବାରୁ ମୃତ୍ୟୁ ଘଟିଛି। ବର୍ଷା ପାଇଁ ମଙ୍ଗଳବାର ଅପରାହ୍ଣରେ ପୁରୁଣାଘରକୁ ଲାଗି ସଦ୍ୟ ନିର୍ମାଣ ସରିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହରେ ଦେବେନ୍ଦ୍ର ମହାନ୍ତଙ୍କ ପୁଅ ଆୟୂଷ(୪) ଖେଳୁଥିବା ବେଳେ ଘରେ ପଶିଥିବା ବିଷଧର ସାପଟି ଚୋଟ ମାରିଥିଲା। ଜଣାପଡ଼ିବା ପରେ ପରିବାରବର୍ଗ ତାଙ୍କୁ ବାଇକ ଯୋଗେ ତୁରନ୍ତ ବାରିପଦା ମେଡ଼ିକାଲ କଲେଜ ଓ ଡ଼ାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବୁଧବାର ବଡ଼ସାହି ପୁଲିସ ପହଞ୍ଚି ତଦନ୍ତ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

Comments are closed.