ଘର ଭିତରୁ ରଣା ସାପ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ ବଡମସିଣାବିଲା ଗ୍ରାମର ବୁଦ୍ଧଦେବ ପଧୁରିଆଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଏକ ବିଷାକ୍ତ ରଣା ସାପ ପସିଯାଇଥିଲା । ସାପକୁ ଦେଖି ବୁଦ୍ଧଦେବଙ୍କ ପରିବାର ଲୋକେ ଭୟବୀତ ହୋଇଯାଇଥିଲେ। ବୁଦ୍ଧଦେବ ଏସମ୍ପର୍କରେ ଗ୍ରାମର କିଛି ଯୁବକକୁ ଜଣାଇବା ପରେ ଯୁବକମାନେ ଢେଙ୍କିକୋଟର ସାପ ଧରାଳି ନାଦିର ଆନସାରିକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ନାଦିର ପହଂଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

Comments are closed.