ପ୍ରେମଲତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗେଲ ପୁରସ୍କାର

ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଶ୍ରୀମତୀ ପ୍ରେମଲତା ବାରିକ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବହୁମୁଖୀ ସ୍ଥାସ୍ଥ୍ୟ ସୁପରଭାଇଜର ଶ୍ରୀମତୀ ପ୍ରେମଲତା ବାରିକଙ୍କୁ ମିଳିଛି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗେଲ ପୁରସ୍କାର । ରାଷ୍ଟ୍ରପତି ଭବନରେ ବୁଧବାର ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗେଲ ପୁରସ୍କାର-୨୦୨୦ ପ୍ରଦାନ କରାଯାଇଛି।

ଓଡ଼ିଶାର ଲୋକଙ୍କ ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ନିମନ୍ତେ ଏହି ଜାତୀୟ ପୁରସ୍କାର ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଟ୍ବିଟ ଯୋଗେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସଂଚାର ମାଧ୍ୟମରେ ପ୍ରେମଲତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

Comments are closed.