ଅବସରପ୍ରାପ୍ତ ପ୍ରଶାସକ ସୁବୋଧ ରାଉତଙ୍କ ସ୍ମୃତି ସଭା

ଚୌଦ୍ୱାର : କେନ୍ଦ୍ର ପ୍ରତିରକ୍ଷା ବିଭାଗର ଚାରବାଟିଆସ୍ଥିତ ଏଆରସିର ପୂର୍ବତନ ବରିଷ୍ଠ ଅଧିକାରୀ, ବରିଷ୍ଠ ନାଗରିକ ପରିଷଦର ପୂର୍ବତନ ସମ୍ପାଦକ,ଗାଳ୍ପିକ ଯାଜଭୈରବ ମୌଜା ଲକ୍ଷ୍ମୀ ବିହାର ବାସିନ୍ଦା ସୁବୋଧ ଚନ୍ଦ୍ର ରାଉତ(୭୨)ଙ୍କ ପରଲୋକରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ନାଗରିକ ପରିଷଦ ଏବଂ କାଳୀ ମନ୍ଦିର ସମିତି ମିଳିତ ଆୟୋଜନରେ କାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୀରେନ୍ଦ୍ର ନାଥ ଦାସ, ସୁକାନ୍ତ କୁମାର ମହାନ୍ତି, ଜୟକୃଷ୍ଣ ସ୍ୱାଇଁ, ଉତ୍ତମ ଚରଣ ସ୍ୱାଇଁ, ରବୀନ୍ଦ୍ରନାଥ ମଲ୍ଲ, ଶରତ ମହାନ୍ତି, ଦେବରାଜ ଦାସ,ପଦ୍ମନାଭ ଦାସ, ପ୍ରତାପ ମହାନ୍ତି, ଚେରୁ ପ୍ରଧାନ, ପ୍ରଫୁଲ୍ଲ ଦାସ ପ୍ରମୁଖ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରି ସେ ଜଣେ ଦକ୍ଷ ପ୍ରଶାସକ, କବି, ଲେଖକ ଓ ସୁସଂଗଠକ ଭାବେ ବେଶ ଜଣାଶୁଣା ଥିଲେ ବୋଲି ପ୍ରକାଶ କରି ସେ ବହୁ ଆଧ୍ୟାତ୍ମିକ, ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହି ଆନୁଷ୍ଠାନର ବିକାଶରେ ସହଯୋଗ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସମ୍ପାଦକ ଅଜୟ କୁମାର ମହାପାତ୍ର, ପ୍ରତାପ ଚନ୍ଦ୍ର କାନୁନ୍‍ଗୋ, ପ୍ରଦୀପ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଡାଳିଯୋଡ଼ା ସାହିତ୍ୟ ସଂସଦର ଶୋକ
ସୁଲେଖକ ତଥା ସୁସଂଗଠକ ସୁବୋଧ ରାଉତଙ୍କ ପରଲୋକରେ ସାହିତ୍ୟାନୁଷ୍ଠାନ ଡାଳିଯୋଡ଼ା ସାହିତ୍ୟ ସଂସଦ ତରଫରୁ ଶୋକ ବ୍ୟକ୍ତ କରାଯାଇଛି। ସଂସଦର ସଭାପତି କେ.ସି.ପ୍ରତାପସିଂହ, ମୁଖ୍ୟ ସମ୍ପାଦକ ଅଶୋକ କୁମାର ପଣ୍ଡା, ସମ୍ପାଦକ ଶ୍ରୀନିବାସ ବେହେରା, ଦିଲ୍ଲିପ ଛତ୍ତାର , ଚୌଦ୍ୱାର ସାହିତ୍ୟ ସଂସଦ ସଭାପତି ବିଶ୍ୱକଲ୍ୟଣ ଦାସ, ଅଜୟ କୁମାର ଦାସ ମହାପାତ୍ର ପ୍ରମୁଖ ଶୋକବ୍ୟକ୍ତ କରି ସଂସଦ ଜଣେ ସୁସାହିତ୍ୟିକଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.