ଆଇନଜୀବୀଙ୍କ ବିୟୋଗରେ ସୃତିସଭା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ଆଇନଜୀବୀ ଲଲାଟେନ୍ଦୁ ନାୟକଙ୍କ ଅକାଳ ବିୟୋଗରେ ସୁବଳୟା ସ୍ଥିତ କଲ୍ୟାଣ ମଣ୍ଡପଠାରେ ଏକ ସୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ପୂର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଆଦିକନ୍ଧ ସେଠି,ଏନ.ନାରାୟଣ ରେଡି, କୃଷ୍ଣ ପ୍ରସାଦ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ,ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୁରଥ ପାହାନ,ସୁଧିର ବିଶ୍ୱାଳ, ରଘୁନାଥ ସାହୁ,କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ବିଜୟ ସାହୁ,ଏମ୍ ଭି ଆଇ ଅକ୍ଷୟ କୁମାର ଜେନା,ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ସି ଏଚ ସୁଧାକର,ପୁରୁଷୋତ୍ତମ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ପଣ୍ଡା,ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟର ସଞ୍ଚିତ ପାଣିଗ୍ରାହୀ, ଆଇନଜୀବୀ ପ୍ରଦୋଷ ଷଡଙ୍ଗୀ, ସମାଜସେବୀ ମହେଶ୍ବର ବରାଡ଼, ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ, ଯୋଗେଶ ସାହୁ,ଲୋପାମୁଦ୍ର ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ବିଗତ ଦିନର ସୃତି ଚାରଣ କରିଥିଲେ।

ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାର ପ୍ରାରମ୍ଭରେ ସ୍ୱର୍ଗତ ଆମର ଆତ୍ମାର ପ୍ରାରମ୍ଭରେ ଦୁଇ ମିନିଟ୍ ନିରବ ପ୍ରାଥନା ପରେ ପରେ ଅତିଥି ତଥା ଉପସ୍ଥିତ ଶ୍ରୀ ଲଲାଟେନ୍ଦୁଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ସ୍ୱର୍ଗତ ନାୟକଙ୍କ ଫୋଟ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇ ଆତ୍ମାର ସଦଗତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୋପାଳକୃଷ୍ଣ ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ ସଞ୍ଚାଳନ କରିଥିବା ବେଳେ ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ସେକ୍ସନ ଅଫିସର ବାନମ୍ବର ସାହୁ ପ୍ରମୁଖ ଙ୍କ ସହ ଅନ୍ୟମାନେ ସହଯୋଗ କରିଥିବା ବେଳେ ଅଧ୍ୟାପକ ରୋହିତ କୁମାର ସାହୁ ନିମନ୍ତ୍ରିତ ଅତିଥି ମାନଙ୍କୁ ଧାନ୍ୟବାଦ ଅରମାନ କରିଥିଲେ।

Comments are closed.