ବିଗ୍‌ବାସ୍‌ ଲିଗ୍‌ ଖେଳିବେ ନାହିଁ ସ୍ମିଥ୍

ଆବୁଧାବି : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍‌ବାସ୍‌ ଲିଗ୍‌ରେ ଚଳିତ ସଂସ୍କରଣରେ ଖେଳିବେ ନାହିଁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍। କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ଜୈବ ନିରାପତ୍ତା ବଳୟ ମଧ୍ୟରେ ଖେଳାଯାଉଛି। ବିଭିନ୍ନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ସ୍ମିଥ୍ କ୍ରମାଗତ ଭାବେ ଜୈବ ନିରାପତ୍ତା ବଳୟ ମଧ୍ୟରେ ରହି ଆସୁଥିବାରୁ ବିଗ୍‌ବାସ୍ ପାଇଁ ପ୍ରସ୍ତୁତ ହେବାକୁ ଥିବା ଜୈବ ନିରାପତ୍ତା ବଳୟରେ ରହିବାକୁ ତାଙ୍କର ଆଦୌ ଆଗ୍ରହ ନ ଥିବାରୁ ବିଗ୍‌ବାସ୍ ଚଳିତ ସଂସ୍କରଣରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିବା ସ୍ମିଥ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଥାଉକି ସ୍ମିଥ୍‌ଙ୍କ ସହ ଅନ୍ୟ ଅଷ୍ଟ୍ରେଲିଆ କ୍ରିକେଟର୍ମାନେ ଗତ ଅଗଷ୍ଟରୁ ଜୈବ ନିରାପତ୍ତା ବଳୟରେ ରହିଥିଲେ। ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟର୍‌ମାନେ ଜୈବ ନିରାପତ୍ତା ବଳୟରେ ରହିଥିଲେ। ଇଂଲଣ୍ଡ ଗସ୍ତ ଶେଷ ହେବା ପରେ ସ୍ମିଥ୍‌ଙ୍କ ସହ କେତେକ ତାରକା ଅଷ୍ଟ୍ରେଲିଆ କ୍ରିକେଟର୍ ସେପ୍ଟେମ୍ବରରୁ ଆଇପିଏଲ୍ରେ ଖେଳିବାକୁ ଜୈବ ନିରାପତ୍ତା ବଳୟରେ ରହୁଛନ୍ତି। ଦୀର୍ଘଦିନ ହେବ ଜୈବ ନିରାପତ୍ତା ବଳୟରେ ରହି ଆସୁଥିବାରୁ ବିଗ୍‌ବାସ୍ ନିମନ୍ତେ ଜୈବ ନିରାପତ୍ତା ବଳୟରେ ରହିବାକୁ ଆଉ ଇଚ୍ଛୁକ ନାହାନ୍ତି ସ୍ମିଥ୍। ତେଣୁ ବିଗ୍‌ବାସ୍ ଖେଳିବେ ନାହିଁ ବୋଲି ସ୍ମିଥ୍ ସ୍ପଷ୍ଟ କରି ଦେଇଛନ୍ତି। ସ୍ମିଥ୍‌ଙ୍କ ଆଇପିଏଲରେ ଖେଳୁଥିବା ଡେଭିଡ୍ ୱାର୍ଣ୍ଣର ଓ ପ୍ୟାଟ୍ କମିନ୍ସ ବିଗ୍‌ବାସ୍ ଓହରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

Comments are closed.