ବିଦ୍ୟାଳୟ ପରିଚାଳନା କମଟି ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର

ଗୁରୁଡିଝାଟିଆ :  କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପଞ୍ଚାୟତ ସମୂହ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟଙ୍କ ଏକ ୩ଦିନିଆ ପ୍ରଶିକ୍ଷଣ ଶିବିର ‘ସହଯୋଗ’ ଉଦଯାପିତ ହୋଇଛି । ପ୍ରଧାନଶିକ୍ଷକ ରଂଜିତ୍ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ କଖଡି ପ୍ରାଥମିକ ବିଦ୍ୟାଳୟ, ମହାଳପଡା ପ୍ରାଥମିକ ବିଦ୍ୟାଳୟ, କାପ୍ତାବରାଇ ପ୍ରାଥମିକ ବିଦ୍ୟାଳୟ, ଗୋପିନାଥପଡା ପ୍ରାଥମିକ ବିଦ୍ୟାଳୟ, ବିଦ୍ୟାଧରପୁର ପ୍ରାଥମିକ ବିଦ୍ୟାଳୟ ଓ କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟର ୧୨୦ଜଣ ସଦସ୍ୟ ସଦସ୍ୟା ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ,ସୁପରିଚାଳନା, ବ୍ୟବସ୍ଥିତ ମଧ୍ୟାନ୍ନ ଭୋଜନ ସର୍ବୋପରି ବିଦ୍ୟାଳୟର ଉନ୍ନତି କ୍ଷେତ୍ରରେ ପରିଚାଳାନା କମିଟି ସଦସ୍ୟଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସମିତିସଭ୍ୟ ପ୍ରଦୀପ କୁମାର ମହାନ୍ତି,ଗାଁ କମିଟି ସଭାପତି ଦିଲ୍ଲିପ କୁମାର ଛତାର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ, ପ୍ରଧାନଶିକ୍ଷକ ଟିକନ ବେହେରା, ମାଧବ ଚନ୍ଦ୍ର ବେହେରା, ଦ୍ୱାରି ଦେହୁରୀ, ରଞ୍ଜନା ନାୟକ, ସଂନ୍ଧ୍ୟାରାଣୀ ସୁତାର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ବରିଷ୍ଠ ଶିକ୍ଷକ ସୁକାନ୍ତ କୁମାର ନାୟକ,ହେମନ୍ତ କୁମାର ସାହୁ, କୈଳାସ ଚନ୍ଦ୍ର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶିବପ୍ରସାଦ ପତି ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ସମ୍ବଳ ଶିକ୍ଷକ ତ୍ରିଲୋଚନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.