MEllora 950×100

ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ନିର୍ମାଣର ସ୍ଥାୟିତ୍ୱ ବୃଦ୍ଧି ସମ୍ଭବ

ଭୁବନେଶ୍ୱର: ବର୍ତ୍ତମାନ ଟେକ୍ନୋଲୋଜିର ଯୁଗ। ସାଧାରଣ ଭାବେ ଯାହା ସମ୍ଭବ ନୁହେଁ ତାହା ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଖୁବ୍‌ କମ୍‌ ସମୟ ମଧ୍ୟରେ ସମ୍ଭବ ହୋଇପାରୁଛି। ନିର୍ମାଣ କ୍ଷେତ୍ରରେ ଆଜି ଆମ ଇଞ୍ଜିନିୟରମାନେ ନିଜର ଜ୍ଞାନ ଓ ବୁଦ୍ଧିକୁ ପ୍ରୟୋଗ କରି ବହୁ ଅସମ୍ଭବକୁ ସମ୍ଭବ କରି ପାରିଛନ୍ତି। ତେବେ ନିର୍ମାଣର ସ୍ଥାୟିତ୍ୱକୁ ଅଧିକ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ଉପରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗୁରୁତ୍ୱ ଆରୋପ କରିଛନ୍ତି ।
ନିର୍ମାଣସୌଧଠାରେ ‘ସ୍ମାର୍ଟ ଅଣ୍ଡର ୱାଟର ଇନ୍ସପେକ୍ସନ୍‌ ସଲ୍ୟୁସନ୍‌’ ଶୀର୍ଷକ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ନିର୍ମାଣ ଇଞ୍ଜିନିୟରମାନଙ୍କୁ ଉଦ୍‌ବୋଧନ ଦେଇ ପାରମ୍ପରିକ ପଦ୍ଧତି ସହ ସମୟ ଅନୁସାରେ ନୂଆ ଜ୍ଞାନକୌଶଳକୁ କର୍ମକ୍ଷେତ୍ରରେ ଆପଣାଇବାକୁ ପରାମର୍ଶ ଦେଇଥିଲେ ।
ଏହି ଉପସ୍ଥାପନ କାର୍ଯ୍ୟକ୍ରମରେ ପ୍ଲାନିଜ୍‌ ଟେକ୍‌ନୋଲୋଜିସ୍‌ର ପରାମର୍ଶଦାତା ପି.ଏ. କ୍ରିଷ୍ଣନ୍‌ ଯୋଗଦେଇ ନୂତନ ଜ୍ଞାନକୌଶଳ ଦ୍ୱାରା ନଦୀ, ସମୂଦ୍ର ଏବଂ ଗଭୀର ଜଳ ମଧ୍ୟରେ ଥିବା ବିଭିନ୍ନ ନିର୍ମାଣର ଯାଞ୍ଚ, ପରୀକ୍ଷଣ ଓ ମରାମତି ଆଦି ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇଂଜିନିୟର ଇନ୍‌ ଚିଫ୍‌ (ସିଭିଲ) ଅନୀଲ କୁମାର ତ୍ରିପାଠୀ, ଚିଫ୍‌ ଇଞ୍ଜିନିୟର(ଡିଜାଇନ୍‌) ଡ. ଏନ୍‌.ସି.ପାଲ, ଚିଫ୍‌ ଇଂଜିନିୟର (ରୋଡ୍ସ) ଏମ୍‌.ଆର୍‌.ମିଶ୍ର, ଚିଫ୍‌ ଇଂଜିନିୟର (ୱାର୍ଲଡ ବ୍ୟାଙ୍କ) ପି.କେ.ପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଇଂଜିନିୟରମାନେ ଉପସ୍ଥିତ ଥିଲେ ।

Comments are closed.